Odisha news

ଶରୀର ଓ ମସ୍ତିଷ୍କ କୁ ସୁସ୍ଥ ରଖିବାକୁ ଯଦି ଚାହୁଁଛନ୍ତି ଏହି ୬ ଟି ଅଭ୍ୟାସ ରୁ କରନ୍ତୁ ନିଜର ଦିନର ଆରମ୍ଭ

ଆମ ଦିନର ଆରମ୍ଭ କିପରି ହୋଇଥାଏ ଏହାର ପ୍ରଭାବ ଉଭୟ ଆମର ଶରୀର ଓ ମସ୍ତିଷ୍କ ଉପରେ ପଡିଥାଏ । ଆମ ଦିନଟି କିପରି ଭଲରେ ବିତିବ ଏହା ଆମର ମର୍ଣୀଙ୍ଗ
ରୁଟିନ ଉପରେ ନିର୍ଭର କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସକାଳୁ କିଛି ଭଲ ଅଭ୍ୟାସ ଆମକୁ ଚିନ୍ତା ମୁକ୍ତ କରିଥାଏ , ମେଟାବୋଲିଜିମ୍ ରେ ସୁଧାର ଆଣିଥାଏ , ଭଲ ନିଦ କରାଇ ଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ ।
* ଖୁବ୍ ଅଧିକ ପାଣି ପିଇବା ଆବଶ୍ୟକ – ଆମ ଶରୀର ସବୁ ସମୟରେ କାର୍ଯ୍ୟ କରିଥାଏ , ଏପରିକି ଶୋଇବା ସମୟରେ ମଧ୍ୟ ।ତେଣୁ ସକାଳୁ ଉଠିବା ମାତ୍ରକେ ଶରୀରକୁ ହାଇଡ୍ରେଟ କରିବା ପାଇଁ ସକାଳୁ ଉଷୁମ ପାଣି ପିଇବା ଆବଶ୍ୟକ । ଏହାଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ଓ ଶରୀର ସୁସ୍ଥ ରହିଥାଏ ।
* ଲେମ୍ବୁ ଓ ଅଦାର ଗ୍ରିନ୍ ଟି – ଉଷୁମ ପାଣି ପିଇବା ପରେ ଓଜନ କମିବା ପାଇଁ ଲେମ୍ବୁ ଓ ଅଦାର ଗ୍ରୀନ ଟି ଅତ୍ୟନ୍ତ ପାୱାର ଫୁଲ୍ ଆଣ୍ଟି ଅକ୍ସିଡ଼ାଣ୍ଟ ଅଟେ , ଯାହା ମେଟାବଲିଜୀମ କୁ ସୁଧାର କରି ଫ୍ୟାଟ୍ କୁ ଦୃତ ଗତିରେ କମାଇ ଥାଏ ।
* ସକାଳ ଜଳଖିଆ ନିହାତି ଆବଶ୍ୟକ – ଆମେ ଯଦି ସକାଳୁ ଜଳଖିଆ ଖାଇ ନଥାଉ ତେବେ ଆମର ମେଟାବୋଲିଜିମ ଖରାପ୍ ହୋଇ ଥାଏ । ସକାଳ ଜଳଖିଆ ରେ ସବୁବେଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ ।
* ଉଠିବା ପରେ ଆକ୍ଟିଭ୍ ହେବା ନିହାତି ଆବଶ୍ୟକ । ଯାହାଦ୍ଵାରା ଶରୀରକୁ ଯୋସ୍ ମିଳିବ ଓ ଆମେ ବ୍ୟାୟାମ ଯୋଗାସନ ପ୍ରାଣାୟମ ଇତ୍ୟାଦି କରିବା ପାଇଁ ନିଜକୁ ଫିଟ୍ କରିବା ଉଚିତ୍ ।
* ଖବର କାଗଜ ପଢ଼ିବା ଉଚିତ୍ – ସକାଳୁ ନିଜର ନିତ୍ୟକର୍ମ ସାରିବା ପରେ ନିହାତି ଭାବରେ ଖବର କାଗଜ ପଢ଼ିବା ଉଚିତ୍ । ଖବର କାଗଜ ପଢ଼ିବା ଦ୍ଵାରା ମନକୁ ସ୍ଥିର କରି ହୋଇଥାଏ । ଏକାଗ୍ରତା ମଧ୍ୟ ବଢ଼ିଥାଏ ।
* ଜରୁରୀ ନିଷ୍ପତି ରାତିରେ ନିଅନ୍ତୁ – ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କର ଯେ କୌଣସି କାର୍ଯ୍ୟ ସକାଳେ କରିବାର ଅଛି ତାର ନିଷ୍ପତି ରାତିରେ ନିଅନ୍ତୁ । ସକାଳୁ ଯଦି ଆମେ କୌଣସି କାମ କୁ ନେଇ ଅଧିକ ଚିନ୍ତିତ ରହୁଥାଉ ତେବେ ଏହା ଆମର ରକ୍ତଚାପ ବୃଦ୍ଧି କରିଥାଏ ।
Shares