ବୁଗୁଡା/୦୨/୦୮/ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ ଆନୁକୁଲ୍ୟରେ ଶ୍ରୀକର ଭଞ୍ଜ ଓପନ ୟୁନିଟ୍ ପକ୍ଷରୁ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଆମ ପାଠାଶାଲା ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କରୋନା ମହାମାରୀ ରେ ପ୍ରପୀଡ଼ିତ ହୋଇ ପିଲାମାନେ ଶିକ୍ଷାଦାନ କାର୍ଯ୍ୟରୁ ବିରତ ହୋଇଯାଉଛନ୍ତି। ଏହା କୁ ଦୃଷ୍ଟିରେ ରଖି ଓପନ ୟୁନିଟ୍ ର ସମସ୍ତ ସଭ୍ୟ ଓ ସଭ୍ୟା ବରଡି ପଲ୍ଲୀ ଗ୍ରାମରେ ଏହି ପାଠଶାଲା ଆରମ୍ଭ କରିଥିଲେ। ଏଥି ପାଇଁ ରାଜ୍ୟ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ ତାଙ୍କୁ ପ୍ରଭାବିତ କରିବା ପାଇଁ ପିଲାମାନଙ୍କ ନିମନ୍ତେ କିଛି ଶିକ୍ଷଣ ସାମଗ୍ରୀ ପ୍ରଦାନ କରିଥିଲେ। ଜ୍ଞାନ ପ୍ରକାଶ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ମୁଖ୍ୟ ଅତିଥି, ସ୍କାଉ ଟ୍ ଶିକ୍ଷକ ବୈଷ୍ଣବ ଚରଣ ଦାଶ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ରୂପେ ପ୍ରଭାକର ନାୟକ, ଗାନ୍ଧୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ବର୍ଷା ରାଣୀ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସତ୍ୟପ୍ରକାଶ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀକର ଭଞ୍ଜ ଓପନ ୟୁନିଟ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Comments are closed.