Odisha news

“ଘୁମୁସର ର ସ୍ବର”ର ଦିନ ପଞ୍ଜିକା (କ୍ୟାଲେଣ୍ଡର) ଉନ୍ମୋଚିତ

0

ବୁଗୁଡ଼ା:-୦୨-୦୧-୨୦୨୧:-ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, “ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ଚଳିତ ବର୍ଷର ନିଜସ୍ବ ଦିନ ପଞ୍ଜିକା (ଦୈନିକ କ୍ୟାଲେଣ୍ଡର) ଉନ୍ମୋଚନ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ବାଲିପଦର ଶାଖାର ପରିଚାଳକ ସନ୍ତୋଷ କୁମାର ମିଶ୍ର ପଞ୍ଜିକାକୁ ଉନ୍ମୋଚିତ କରିଥିବା ବେଳେ ପ୍ରତିଷ୍ଠାନର ସଭାପତି ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, କ୍ଷେତ୍ର ପରିଚାଳକ ଦେବେନ୍ଦ୍ର ନାଥ ସାହୁ, ସଂପାଦକ ରତ୍ନାକର ମହାରଣା,ସମାଜସେବି କୈଳାଶ ଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମ ଦିବସରେ ଶତାଧିକ କ୍ୟାଲେଣ୍ଡର ବଣ୍ଟନ କରାଯାଇ ଥିଲା ।

Leave A Reply