ଆଜି ହେଉଛି ଚନ୍ଦନ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ : ଜୀବନ ରେ ସଫଳତା ପ୍ରାପ୍ତି ଓ ସୁଖ ସମୃଦ୍ଧି ପାଇଁ କରନ୍ତୁ ଭଗବାନ୍ ଙ୍କୁ ଏହି ମନ୍ତ୍ର ପାଠ କରି ସନ୍ତୁଷ୍ଟ
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୂର୍ଣ୍ଣମୀ ହେଉଛି ଗୋଟିଏ ଓଡ଼ିଆ ମାସର ଶେଷ ଦିନ । ତେଣୁ ବୈଶାଖ ମାସର ଶେଷ ଦିନଟି ହେଉଛି ଚନ୍ଦନ ପୂର୍ଣ୍ଣିମା। ଏହିଦିନ ଦିନ ମଧ୍ୟ ବୁଦ୍ଧଦେବ ଙ୍କ ଜୟନ୍ତୀ ଅଟେ କାରଣ ଚନ୍ଦନ ପୂର୍ଣ୍ଣିମା ଦିନ ଭଗବାନ୍ ବୁଦ୍ଧଦେବ ଙ୍କ ଜନ୍ମ ହୋଇଥିଲା । ଏହିଦିନ ଟି ଆମ ଓଡ଼ିଆ ଘରର ଗୋଟିଏ ମୁଖ୍ୟ ଦିନ ଅଟେ । କାରଣ ଏହି ପୂର୍ଣ୍ଣମୀର ପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଚଳିତ ବର୍ଷ ଚନ୍ଦନ ପୂର୍ଣ୍ଣିମା ମଇ ୧୬ ତାରିଖ ସୋମବାର ଦିନ ଅନୁଷ୍ଠିତ ହେଉଛି । ତେଣୁ ଏହିଦିନ ଟି ଶାସ୍ତ୍ର ଅନୁସାରେ ମଧ୍ୟ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହିଦିନ ମହାଦେବ ଓ ବିଷ୍ଣୁ ଲକ୍ଷ୍ମୀଙ୍କୁ ଆରାଧନା କରିବାର ବିଶେଷ ମହତ୍ତ୍ଵ ରହିଛି ।
* ଏହିଭଳି କରନ୍ତୁ ମହାଦେବଙ୍କୁ ପୂଜା ମିଳିବ ସମସ୍ତ କାର୍ଯ୍ୟ ରେ ସଫଳତା –
ଏହିଦିନ ମହାଦେବ ଙ୍କୁ ଅକ୍ଷତ, ବେଲ ପତ୍ର, ଦୁଗ୍ଧ, ଧଳା ଚନ୍ଦନ ଅର୍ପଣ କରନ୍ତୁ । ଏହା ସହିତ ମହାଦେବ ଙ୍କ ନିକଟରେ ଏହି ମନ୍ତ୍ରକୁ ପାଠ କରନ୍ତୁ । ଯାହାଦ୍ଵାରା ଭୟ, ଦାରିଦ୍ର୍ୟ ଓ ଧନ ହାନି ରୁ ରକ୍ଷା ମିଳିଥାଏ । ମନ୍ତ୍ର ” ପଞ୍ଚ ବକ୍ର କରାଗ୍ରେ ଶ୍ଵର୍ବେସଭିଶ୍ଚାଇବ ଧରାୟମ ।’
* ବିଷ୍ଣୁ ଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଏଭଳି ପୂଜା କରନ୍ତୁ :
ଏହିଦିନ ଚନ୍ଦନ ପୂର୍ଣ୍ଣିମା ହୋଇଥିବା କାରଣରୁ ବିଷ୍ଣୁ ମନ୍ଦିର ରେ ଭଗବାନ୍ ବିଷ୍ଣୁଙ୍କ ନିକଟରେ ପତାକା ଅର୍ପଣ କରନ୍ତୁ ଓ ଯାହାଦ୍ଵାରା ପରିବାର ଉପରୁ ସଙ୍କଟ ଦୁର ହୋଇଥାଏ ।
ଏହି ମନ୍ତ୍ର ପାଠ କରନ୍ତୁ -‘ ଓଁ ନମଃ ଭଗବତେ ବାସୁଦେବାୟ । ‘ ଏହାକୁ ପାଠ କରିବା ଦ୍ୱାରା ପରିବାରର ସମସ୍ତ ସମସ୍ୟା ଦୂର ହୋଇଥାଏ ।
* ଚନ୍ଦନ ପୂର୍ଣ୍ଣିମା ଦିନ ମାତା ପିତାଙ୍କ ର ବିଶେଷ ପୂଜା କରାଯାଏ ଓ ଏହିଦିନ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଦ୍ମ ଫୁଲ ଅର୍ପଣ କରାଯାଏ ଓ ଦୁଗ୍ଧ ରେ ପ୍ରସ୍ତୁତ ଦ୍ରବ୍ୟ ଅର୍ପଣ କରାଯାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ରୁ ସମସ୍ତ ଅସୁବିଧା ଦୂର ହୋଇଥାଏ ।
ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ନିକଟ ରେ ଏହି ମନ୍ତ୍ର ପାଠ କରନ୍ତୁ –
‘ ଓଁ ଶ୍ରୀ ଶ୍ରୀ କମଳା କମଳାୟେ ମହାଲକ୍ଷ୍ମୀ ନମଃ ସ୍ତୁଭ୍ୟାମ୍ ‘ ।