Odisha news

ଭାରତର ଅସନ୍ତୋଷ କୁ ଆଖିରେ ରଖି କଣ ବ୍ରିଟେନ ମହାରାଣୀ ପିନ୍ଧିବେ ନାହିଁ କୋହିନୁର ଖଚିତ ମକୁଟ?

0

ନୂଆଦିଲ୍ଲୀ : ବ୍ରିଟେନ ମହାରାଜା ଚାର୍ଲସ ତୃତୀୟ ଙ୍କ ରାଜ୍ୟ ଅଭିଷେକ ପୂର୍ବରୁ ବ୍ରିଟେନ ର ଚିନ୍ତା ବଢି ଯାଇଛି ଯେ ଭାରତ ଅସନ୍ତୋଷ ହୋଇ ନଯାଉ l ଏହି ଅସନ୍ତୋଷ ର କାରଣ କୋହିନୁର ହୀରା ହୋଇପାରେ l ବ୍ରିଟେନ ମଧ୍ୟ ଖୁବ ବୁଦ୍ଧିମାନ ଦେଖାଇ ଏହି ବିବାଦକୁ ଏଡ଼ାଇବା ପାଇଁ ଚେଷ୍ଟା କରିଛି l ସୂଚନା ଅନୁସାରେ ଭାରତ ଓ ଅନ୍ୟ ଦେଶ ଗୁଦିଙ୍କୁ ଅସନ୍ତୋଷ କରିବାରୁ ଏଡ଼ାଇବା ପାଇଁ ମହାରାଜା ଚାର୍ଲସ ତୃତୀୟଙ୍କ ପତ୍ନୀ କେମିଲା ତାଙ୍କ ରାଜ୍ୟାଭିଷେକ ସମୟରେ ସ୍ବର୍ଗତ ମହାରାଣୀ ଙ୍କ ମୁକୁଟ ପିନ୍ଧିବେ ନାହିଁ l କାହିଁକି ନା ଏଥିରେ ବିବାଦସ୍ପଦ ୧୦୫ କ୍ୟାରେଟ ର କୋହିନୁର ହୀରା ଲାଗିଛି l

ବ୍ରିଟେନ ମହାରାଜାଙ୍କ ରାଜ୍ୟାଭିଷେକ ଆସନ୍ତା ବର୍ଷ ମଇ ମାସ ୬ ତାରିଖରେ ଲଣ୍ଡନ ସ୍ଥିତ ବେଷ୍ଟମିଷ୍ଟାର ଏବେ ରେ ଅନୁଷ୍ଠିତ ହେବ l ବଙ୍କିମହାମ ପ୍ୟାଲେସ ତରଫ ରୁ ଏହା ଘୋଷଣା କରାଯାଇଛି l ଗତ ମାସରେ ବ୍ରିଟେନ ମହାରାଣୀଙ୍କ ମୃତ୍ୟୁପରେ ତାଙ୍କ ୭୩ ବର୍ଷୀୟ ପୁତ୍ର ଚାର୍ଲସ ଙ୍କୁ ମହାରାଜା ଭାବରେ ଘୋଷଣା କରାଯାଇ ଥିଲା l ଡେଲି ମେଲ ର ସୂଚନା ଅନୁସାରେ ରାଣୀ କେମିଲା ଙ୍କୁ କୋହିନୁର ହୀରା ଜଡିତ ମୁକୁଟ ପିନ୍ଧାଇବାର ଯୋଜନା ରହିଥିଲା l କିନ୍ତୁ ଏହି ଯୋଜନାକୁ ରାଜନୈତିକ ସମ୍ବେଦନଶୀଳତା ଯୋଗୁଁ କରାଯାଇ ନପାରେ l ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଦିନ ପୂର୍ବରୁ ବ୍ରିଟେନ ର ଭାବି ରାଜା ଏହି ମୁଦା ଉଠାଇ ଥିଲେ ଯେ ତାଙ୍କର ଅଭିଷେକ ସମୟରେ ତାଙ୍କ ପତ୍ନୀ ଙ୍କୁ ସେହି ମୁକୁଟ ପିନ୍ଧାଇ ପାଟ ରାଣୀ ଘୋଷଣା କରାଯାଇ ଥାଆନ୍ତା l ଏହି ମୁଦା କୁ ନେଇ ସେହି ସମୟରେ ସହମତି ମିଳିଯାଇ ଥିଲା l

ଏହି ବିଶେଷ ମୁକୁଟ ଟିରେ ୨,୮୦୦ ଟି ହୀରା ରହିଛି , ଏହି ହୀରା ମାନଙ୍କ ମଧ୍ୟରେ ଏଥିରେ ୧୦୫ କ୍ୟରେଟ୍ ବିଶିଷ୍ଟ କୋହିନୂର୍ ହୀରା ମଧ୍ୟ ଖଚିତ ହୋଇଛି । ଅଭିଷେକ ସମୟରେ ମହାରାଣୀ ଙ୍କୁ ଏହି ମକୁଟ ପିନ୍ଧେଇବା କୁ ନେଇ ଖୁବ୍ ଭୟ ସୃଷ୍ଟି ହୋଇଛି । କାହିଁକି ନା ହୀରା ର ସ୍ବାମୀତ୍ଵ କୁ ନେଇ ମଧ୍ୟ ବିବାଦ ଜାରି ରହିଛି । କୋହିନୁର୍ ହୀରା ର ଉତ୍ପତ୍ତି ଭାରତରେ ହୋଇଥିଲା । କିନ୍ତୁ ଭାରତ ଛଡ଼ା ଏହା ବିଭିନ୍ନ ଦେଶରେ ମଧ୍ୟ ଦାବି ହୋଇ ଆସୁଛି ।
ସୂଚନା ଯୋଗ୍ୟ ଯେ ଏହି ବିଶାଳ ହୀରା ର ଉତ୍ପତ୍ତି ଭାରତରୁ ହୋଇଥିଲା । ଏବଂ ଭାରତର ଅନ୍ତିମ ଶିଖ ସମ୍ରାଟ ଏହାକୁ ମହାରାଣୀ ଭିକ୍ଟୋରିଆ ଙ୍କୁ ଉପହାର ଦେଇଥିଲେ । ସେହି ସମୟରେ ମହାରାଣୀ ଭିକ୍ଟୋରିଆ ୧୦ ବର୍ଷ ବୟସର ହୋଇଥିଲେ । କିନ୍ତୁ ବର୍ତ୍ତମାନ୍ ଏହି ହୀରା ଟିକୁ ଭାରତ ସମେତ ଅନ୍ୟ ୩ଟି ଦେଶରୁ ମଧ୍ୟ ଫେରାଇ ଦେବା ପାଇଁ ଦାବୀ ହେଉଛି ।
Leave A Reply