Odisha news

ବ୍ରିଟେନ ମୁସଲମାନ ହରାଇବେ ନାଗରିକତ୍ୱ

0

ମୁସଲମାନ ମାନଙ୍କର ପ୍ରିୟ ସ୍ଥାନ ହେଉଛି ବ୍ରିଟେନ , କିନ୍ତୁ ନିକଟରେ ଗୋଟିଏ ରିପୋର୍ଟ ଅନୁସାରେ ସୂଚନା ମିଳିଛି ଯେ ଖୁବ ଶୀଘ୍ର ବ୍ରିଟେନ ରେ ଥିବା ମୁସଲମାନ ମାନଙ୍କର ଖୁବ ଶୀଘ୍ର ନାଗରିକତ୍ୱ ଛଡାଇ ନିଆଯିବ , ଯାହା ସୂଚେଇ ଦେଇଛନ୍ତି ବ୍ରିଟେନ ଗୃହ ସଚିବ ସାବନା ମେହେମୁଦ l ବ୍ରିଟେନ ର ଏହି ନୂଆ ନିୟମ ଦ୍ୱାରା ବିଶେଷ ଭାବେ ଭାରତ , ପାକିସ୍ଥାନ ଓ ବାଙ୍ଗଲାଦେଶ ର ମୁସଲମାନ ଙ୍କ ନାଗରିକତ୍ୱ ପ୍ରତି ରହିଛି ଅଧିକ ବିପଦ l

କେଉଁ ମାନଙ୍କ ଜୀବନ ଅଧିକ ପ୍ରଭାବିତ ?
ସାବନା ମହାସୁଦ ମୁସଲମାନ ଙ୍କ ନାଗରିକତ୍ୱ ଛଡାଇ ନେବାର ରଖିଛନ୍ତି ପର୍ଯ୍ୟାପ୍ତ ଶକ୍ତି , ବ୍ରିଟେନ ରେ ପାଖାପାଖି ୯୦ ଲକ୍ଷ ମୁସଲମାନ ଙ୍କ ନାଗରିକତ୍ୱ ଛଡାଇ ନିଆଯିବ ଯାହାକି ବ୍ରିଟେନ ର ସମୁଦାୟ ମୁସଲମାନ ଙ୍କ ର ୧୩ ପ୍ରତିଶତ l ଏଥିରେ ସେହି ମୁସଲମାନ ସାମିଲ ରହିବେ ଯେଉଁମାନ ଙ୍କ ମାତାପିତା ବିଦେଶୀ ଏବଂ ଯାହାଙ୍କ ସମ୍ବନ୍ଧ ଦକ୍ଷିଣ ଏସିଆ , ମଧ୍ୟ ପୂର୍ବ ଓ ଆଫ୍ରିକା ସହିତ ରହିଛି l ଅର୍ଥାତ ଯଦି ଆପଣ ବ୍ରିଟେନ ରେ ଜନ୍ମିତ ହୋଇ ଥିଲେ ମଧ୍ୟ ଯଦି ସରକାର ଙ୍କୁ ଲାଗିଲା ଆପଣ ବ୍ରିଟେନ ରେ ରହିବା ପାଇଁ ଯୋଗ୍ୟ ନୁହନ୍ତି ତେବେ ଆପଣଙ୍କ ବ୍ରିଟିଶ ହେବା ଉପରେ ଲାଗିବ ପୂର୍ଣ ଛେଦ l

ଗୋଟିଏ ରିପୋର୍ଟ ଅନୁଯାୟୀ ପାକିସ୍ଥାନ , ସୋମଳୀୟା , ନାଇଜେରିଆ , ଉତ୍ତର ଆଫ୍ରିକା ଓ ଦକ୍ଷିଣ ପୂର୍ବ ବ୍ରିଟେନ ର ମୁସଲମାନ ଙ୍କ ଜୀବନ ପ୍ରଭାବିତ ହେବ l ନୂଆ ନିୟମ ଅନୁସାରେ ଏହି ସବୁ ଦେଶର ମୁସଲମାନ ନାଗରିକତା ହରାଇବାର ଅଧିକ ସମ୍ଭାବନା l ବ୍ରିଟେନ ରେ ପାଖାପାଖି ୯ ଲକ୍ଷ ରୁ ଉର୍ଧ୍ଵ ଭାରତୀୟ ମୁସଲମାନ ଥିବା ବେଳେ , ୬ ଲକ୍ଷରୁ ଉର୍ଧ୍ଵ ପାକିସ୍ଥାନୀ ମୁସଲମାନ ଙ୍କ ନାଗରିକତା ବାଜି ଲାଗିଛି , ଏହାଛଡା ବାଙ୍ଗଲାଦେଶ ର ମଧ୍ୟ ଲକ୍ଷାଧିକ ମୁସଲମାନ ଙ୍କ ନାଗରିକତା ବାଜି ଲାଗିଯିବ l

ଭାରତ ପାଇଁ ଏହା କେବଳ ମାନବାଧିକାର ମୁଦା ନୁହେଁ , ଏହା କୂଟନୀତି ଓ ସାମାଜିକ ଆହ୍ୱାନ ମଧ୍ୟ ଅଟେ l

ପୂର୍ବରୁ ନାଗରିକତା ରଧ କରିବାର ଅଧିକାର କେବଳ ଯୁଦ୍ଧ ସ୍ଥିତି ରେ କିମ୍ବା ଅସାଧାରଣ ପରିସ୍ଥିତି ରେ ହେଉଥିଲା , କିନ୍ତୁ ବର୍ତମାନ ଏହା ଖୁବ ସାଧାରଣ ହୋଇଯାଇଛି l ରଣନୀ ମେଡ଼ ଟ୍ରଷ୍ଟ ର ସିଇଓ ସାବନା କହିଛନ୍ତି ଯେ ବ୍ରିଟେନ ସରକାର କୌଣସି ନାଗରିକ ଙ୍କ ର ନାଗରିକତା ଛଡାଇବା ପୂର୍ବରୁ ଉଚିତ ଯାଞ୍ଚ ପ୍ରକ୍ରିୟା କରିବା ଜରୁରୀ l ଯାହାଦ୍ୱାରା ନିର୍ଦ୍ଧଷ୍ଟ ସମୁଦାୟ ର ଅଧିକାର ହନନ ହେବ ନାହିଁ l

Leave A Reply