କ୍ୟମ୍ପୂଟର ଭଳି ପ୍ରଖର ମସ୍ତିଷ୍କ ନିଜ ସନ୍ତାନର କରିବାକୁ ଚାହୁଁଛନ୍ତି କି ? ତେବେ ଏହିସବୁ ଖାଦ୍ୟକୁ ଦୈନନ୍ଦିନ ଅହରରେ ସାମିଲ କରନ୍ତୁ
ଆଜିକାଲି ସମସ୍ତ ଅଭିଭାବକ ଚାହୁଁଛନ୍ତି ତାଙ୍କ ସନ୍ତାନ ମାନେ ସବୁଠୁ ବୁଦ୍ଧିମାନ ହୁଅନ୍ତୁ । କିଛି ଏପରି ଖାଦ୍ୟ ରହିଛି ଯାହା ପିଲା ମାନଙ୍କ ର ମାନସିକ ଓ ଶାରିରୀକ କ୍ଷମତାକୁ ବଢ଼ାଇବା ସହିତ ବୁଦ୍ଧିମାନ କରାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଆମେ ଯଦି ନିଜର ଦୈନନ୍ଦିନ ଜୀବନରେ ଏପରି କିଛି ଖାଇବା ଜିନିଷକୁ ସାମିଲ କରିବା ଯାହା ଦ୍ଵାରା ଆମ ସନ୍ତାନ ମାନଙ୍କର ମସ୍ତିଷ୍କ ବିକଶିତ ହୋଇ ପାରିବ ।
ଆଜିର ଏହି ସ୍ବାସ୍ଥ୍ୟ ସୂଚନାରେ ଏପରି କିଛି ଖାଦ୍ୟ ବିଷୟରେ ଆଲୋଚନା କରିବା ।
* ଅଣ୍ଡା – ଅଣ୍ଡା ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଏଥିରେ ରହିଛି ଓମେଗା 3 ଫ୍ୟାଟି ଏସିଡ , ଲ୍ୟୁଟିନ, କୋଳିନ ଓ ଯୀଙ୍କ । ଏହି ସମସ୍ତ ପୋଷାକ ତତ୍ତ୍ଵ ଶିଶୁର ଧ୍ୟାନ ଓ ସ୍ମରଣ ଶକ୍ତି ଓ ଏକାଗ୍ରତା ବଢାଇ ଥାଏ ।
* ମାଛ – ପିଲାଙ୍କ ମସ୍ତିଷ୍କ କ୍ଷମତା ବଢ଼ାଇ ଥାଏ ମାଛ । କିଛିଟା ମାଛ ରେ ଓମେଗା 3 ଫ୍ୟାଟି ଏସିଡ ରହିଥାଏ । ଯେପରିକି ସେଲ୍ମନ୍ , ଟ୍ୟୁନା ଓ ମକେରାଲ ରେ ଓମେଗା 3 ଫ୍ୟାଟି ଏସିଡ ରହିଛି । ଏହାଦ୍ବାରା ଶିଶୁର ମସ୍ତିଷ୍କର ବିକାସ କରାଇଥାଏ ଓ କାର୍ଯ୍ୟ ଦକ୍ଷତା ବଢ଼ି ଥାଏ ।
* ଶସ୍ୟ ଜାତୀୟ ଖାଦ୍ୟ – ବିଭିନ୍ନ ଶସ୍ୟ ପିଲାମାନଙ୍କର ମସ୍ତିଷ୍କ କୁ ଶକ୍ତି ଯୋଗାଇ ଥାଏ । ଶସ୍ୟ ଜାତୀୟ ଜିନିଷ ଶୀରା ପ୍ରସିରା ଗୁଡିକରେ ଗ୍ଲୁକୋଜ ରିଲିଜ୍ ହୋଇଥାଏ , ଯେଉଁ କାରଣରୁ ଶିଶୁର ଶରୀରକୁ ଦିନସାରା ଶକ୍ତି ମିଳିଥାଏ । ଏଥିରେ ଫୋଲିକ ଏସିଡ ରହିଥିବା କାରଣରୁ ମସ୍ତିଷ୍କ ଠିକ୍ ଭାବରେ କାର୍ଯ୍ୟ କରିଥାଏ । ମୁଗ ଗଜା ଓ ବଟ ଗଜା ଏହାର ବିକଳ୍ପ ଅଟେ ।
* ଓଟସ – ଭିଟାମିନ ବି କମ୍ପ୍ଲେକ୍ସ ଓ ଜୀଙ୍କ ରେ ଭରପୁର ଅଟେ । ଏହା ଶିଶୁକୁ ଉଚ୍ଚ ମାତ୍ରାରେ ଶକ୍ତି ଯୋଗାଇ ଥାଏ । ଛୋଟ ପିଲାମାନେ ନିଜ ଜଳଖିଆରେ ଓଟସ୍ ସାମିଲ କରିବା ଦ୍ୱାରା ମସ୍ତିଷ୍କ କାର୍ଯ୍ୟରେ ସୁଧାର ଆସିଥାଏ ।
* ପନିପରିବା – ପିଲାଙ୍କ ଖାଦ୍ୟରେ ପାଳଙ୍ଗ , କଦଳୀ , ବ୍ରକୋଲୀ ଓ ଅନ୍ୟାନ୍ୟ ପତ୍ର ଯୁକ୍ତ ପନିପରିବା ସାମିଲ କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ ଓ ମସ୍ତିଷ୍କ ର କାର୍ଯ୍ୟ କ୍ଷମତା ବୃଦ୍ଧି ହୋଇଥାଏ ।
Comments are closed.