Odisha news

ଓଡ଼ିଶା ପ୍ରେସ କ୍ଳବ୍ ପକ୍ଷରୁ ବିଶିଷ୍ଟ ଓକିଲ ସୈଳ୍ଳେନ୍ଦ୍ର ପଟ୍ଟନାୟକ ଙ୍କୁ ସମ୍ମାନିତ

ଭୁବନେଶ୍ୱର : ଓଡ଼ିଶା ପ୍ରେସ କ୍ଲବ ପକ୍ଷରୁ ସ୍ଵାଧୀନତା ଦିବସ ଅବସରରେ ହୋଇଥିବା ଗୋଟିଏ ବିଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ଵରର ଓକିଲ ସଂଘର ବିଶିଷ୍ଟ ଓକିଲ ସୈଳ୍ଳେନ୍ଦ୍ର ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ ।ସ୍ଵାଧୀନତା ଦିବସ ରେ ଆୟୋଜିତ ଏହି ବିଶେଷ କାର୍ଯ୍ୟ କ୍ରମରେ ଗୋଟିଏ ସାପ୍ତାହିକ ଖବର କାଗଜ “ସତ୍ୟ ସମ୍ବାଦ” ର ଉନ୍ମୋଚନ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା ।
ଆଜିର ଯୁବ ସମାଜଙ୍କ ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ପଟ୍ଟନାୟକ ନିଜର ବକ୍ତବ୍ୟ ଦେଇ କହିଥିଲେ ଯେ ଯୁବ ସମାଜର ଭୂମିକା ଆଜିର ସମାଜ ପ୍ରତି କଣ ରହିଛି । ଯେପରି ଗୋଟିଏ ଶିଶୁ ଟିଏ ଜନ୍ମ ନେବା ପରେ ପରିବାର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇ ଜୀବନରେ ସତ୍ୟର ଭୂମିକା କୁ ଗୁରୁତ୍ଵ ଦେଇଥାଏ ତାହା ଉଲ୍ଲେଖ କରିଥିଲେ ।
ଏହି ବିଶେଷ କାର୍ଯ୍ୟ କ୍ରମରେ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ମାନପତ୍ର , ଉତ୍ତରୀୟ ଓ ପଦକ ଦେଇ ସମ୍ମାନିତ କରାଯାଇଥିଲା।

Comments are closed.