ବ୍ରହ୍ମପୁର: ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ସତ । କିନ୍ତୁ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଷ୍ଟେଡ଼ ବ୍ୟାଙ୍କ୍ ଛକ ନିକଟସ୍ଥ ବାବାଜୀ ତୋଟା ସାହି ଛକ ଠାରେ । ଦେଖିବାକୁ ପୁରା ପୁଲିସ ଭଳି କିନ୍ତୁ ପୁଲିସ ନୁହେଁ । ପୁଲିସ କୁ ବି ଏହି ଦୃଶ୍ୟ ଚକିତ କରିଛି । ସୂଚନା ରୁ ପ୍ରକାଶ ଥାଉ କି ଅରୁଣ ନାୟକ ନାମକ ଜଣେ ନକଲି ପୁଲିସ କନେଷ୍ଟବଳ ଡ୍ରେସ୍ ସହ ନେମ୍ ପ୍ଲେଟ୍ ଲଗାଇ ଷ୍ଟେଡ଼ ବ୍ୟାଙ୍କ୍ ଛକ ଠାରେ କିଛି ଦୋକାନୀ ମାନଙ୍କ ଠାରୁ ବଟି ଆଦାୟ କରୁଥିଲା ।
ଠିକ୍ ସେତିକି ବେଳେ କିଛି ଦୋକାନୀଙ୍କୁ ନକଲି ପୋଲିସ ର ହାବଭାଵ ଦେଖି ସନ୍ଧେହ ଜାତ ହୋଇଥିଲା। ସନ୍ଧେହ କରିଥିବା ୩ଜଣ ଦୋକାନୀ ଅଭିଯୋଗ କରିବା ପରେ ନକଲି ପୋଲିସ କୁ ଧରିଛି ବୈଦ୍ୟନାଥପୁର ପୁଲିସ ।ଏ ନେଇ ଥାନା କେସ୍ ନଂ ୬/୨୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଥିବା ସୂଚନା ଦେଲେ ବୈଦ୍ୟନାଥପୁର ଥାନ ଆଇଆଇସି ଶାରଦା ପ୍ରସନ୍ନ ଦାସ । ନକଲି ପୋଲିସ ଜଣଙ୍କ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗାଁ । ବାପା ବନମାଳୀ ନାୟକ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ର କଥା ହେଲା ବଟି ଆଦାୟ କରିବା ପାଇଁ ସେ ଓଡିଶା ପୁଲିସ ଡ୍ରେସ୍ ବ୍ୟବହାର କରୁଥିଲା । ତେବେ ଆଜି ବୈଦ୍ୟନାଥପୁର ଥାନ ପୋଲିସ ଧରିବା ପରେ ପଚାର ଉଚାର କରୁଛି । ସେ ଏକା ଏମିତି କରୁଛି ନା ତା ସହ ଆଉ କିଏ ଅଛି। ତାହା ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚାର ଉଚାର କରୁଥିବା ସୂଚନା ମିଳିଛି ।