ନୂଆଦିଲ୍ଲୀ : ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଗୋଟିଏ ନାବାଳକ ମୁଣ୍ଡରେ ଗ୍ୟାଙ୍ଗଷ୍ଟାର ହେବାର ନିଶା ଏପରି ଚଢିଲ ସିଏ ଛୋଟ ଛୋଟ କଥାରେ ମଧ୍ୟ ଲୋକଙ୍କୁ ହତ୍ୟା କରିବାକୁ ଲାଗିଲା l ଏହିପରି ଘଟଣାକୁ ପରିଣାମ ଦେବା ଆଇଁ ସେ ନିଜଠାରୁ ବୟସରେ ବଡ଼ ପିଲା ମାନଙ୍କୁ ଗ୍ୟାଙ୍ଗ୍ରେ ସାମିଲ କରିଥିଲା ,ଯାହା ଦ୍ୱାରା ଏହି ନାବାଳକଟି ପୁରା ଅଂଚଳରେ ନିଜର ଭୟ ଚାରିଆଡେ ରଖିଥିଲା l
ଅଟେ କମ ବୟସରେ ପିଲାଟିର ଅପରାଧର ଇତିହାସ ଜାଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ l ମାତ୍ର ୧୬ ବର୍ଷ ବୟସରେ କେଉଁ ପିଲାର ସ୍ବପ୍ନ ଥାଏ ଡାକ୍ତର ଓ ଇଂଜିନିୟର ହେବ ପାଇଁ କିନ୍ତୁ ଏହି ପିଲାଟି ରଖିଥିଲା ଜୀବନରେ ଅଦ୍ଭୁତ ଇଛା l
ଡିସେମ୍ବର ୨୮ ତାରିଖ ୨୦୧୮ ରେ ସିଲକି ଗୁରୁଙ୍ଗ ହତ୍ୟାକାଣ୍ଡରେ ତାର ନାମ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା l ଏହାପରେ ସେ ଗୋଟିଏ ପରେ ଗୋଟିଏ ଘଟଣାକୁ ଘଟାଇ ଚାଲିଲା l ଜାନୁଆରୀ ୧୧ ତାରିଖ ୨୦୧୯ ରେ ଅନମୋଲ ହତ୍ୟାକାଣ୍ଡରେ ମୁଖ୍ୟ ଆରୋପି ଥିଲା l ଠାରେ ଲୋକମାନଙ୍କ ଆଗରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଗୋଟିଏ ଯୁବକର ପେଟରେ ଛୁରା ଭୁଷିଦେଲା l
ଅକ୍ଟୋବର ୨୪ ତାରିଖ ଦିନ ସେ ନିଜର ଗୋଟିଏ ସାଙ୍ଗକୁ ଏଥିପାଇଁ ହତ୍ୟା କଲା କାରଣ ଗଞ୍ଜେଇ ଦୋକାନର ଠିକଣା ପଚାରିଥିଲେ l ପୋଲିସ ପଚାରିବା ପରେ ନାବାଳକଟି କହିଛି ପିଲାଟିର ହତିଆର ରଖିବାର ସଉକ ଥିଲା ଓ ସେ ସେହି ଅଂଚଳର ସବୁଠୁ ବଡ଼ ଗ୍ୟାଙ୍ଗଷ୍ଟାର ହେବାକୁ ଚାହୁଁଥିଲା l ତେଣୁକରି ସେ ଲଗାତାର ଭାବରେ ହତ୍ୟା କରି ଚାଲିଥିଲା l ପୋଲିସ ତାର ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ କରିଛି l