ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ସହରରେ ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଵୃଦ୍ଧି ପାଇବାରେ ଲାଗିଛି।ଆଜି ଗୋଟିଏ ଦିନରେ ବ୍ଲକରେ ୧୩ ଜଣ ଆକ୍ରାନ୍ତ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି। ଆଜିର ଆକ୍ରାନ୍ତ ଙ୍କ ମଧ୍ୟରୁ ବୋରିଗୁମ୍ମା ସହରରେ ତିନି ଜଣ, କେନ୍ଦୁଗୁଡା ଗ୍ରାମରୁ ତିନି ଜଣ, କୋଇଲାରୀ ଗ୍ରାମରୁ ଦୁଇ ଜଣ, ନନ୍ଦରଲା ଗ୍ରାମରୁ ଦୁଇ ଜଣ, ଟେଙ୍କର ଗ୍ରାମରୁ ଦୁଇ ଜଣ, କୁମୁଲି ଗ୍ରାମରୁ ଜଣେ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପଟେ ପାଗର ପରିବର୍ତ୍ତନ ଯୋଗୁଁ ବ୍ଲକ ରେ ବସବାସ କରୁଥିବା ଅଧିକାଂଶ ପରିବାର ଥଣ୍ଡା ସର୍ଦ୍ଧି ଓ ଜ୍ୱର ରେ ପୀଡିତ ଥିବା ଜଣାଯାଇଛି। ଟିକେ ଜ୍ୱର ହେଲେ ଡାକ୍ତର ତୁରନ୍ତ କୋବିଡ଼ ଟେଷ୍ଟ କରିବାକୁ ପରାମର୍ଶ ଦେଉଛନ୍ତି। ଏହା ଶୁଣି ଲୋକେ ଅଧିକ ଭୟଭୀତ ହେବା ସହ ଆଶା ଓ ଆଶଙ୍କା ରେ ଦିନ କାଟୁଛନ୍ତି।କୋରାପୁଟ ଜିଲ୍ଲାରେ ଏପର୍ଯ୍ୟନ୍ତ ୪୭,୨୪୭ ଟି ନମୁନା ସଂଗ୍ରହ କରି ପଠାଯାଇଛି। ସେଥି ମଧ୍ୟରୁ ୪୫,୭୯୨ ଟି ର ନମୁନା ପ୍ରଶାସନ ର ହସ୍ତଗତ ହୋଇଛି। ଏପର୍ଯ୍ୟନ୍ତ ୩୩୪୩ ଜଣ ଙ୍କ ର ପୋଜିତିଭ ଆସିଥିବା ବେଳେ ବାକି ନେଗେଟିଭି ବୋଲି ଜଣାଯାଇଛି।