Odisha news

ବରଗାଁ ପଂଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣ

0

ଆସିକା : ଆସିକା ବ୍ଲକ ର  ବରଗାଁ ପଂଚାୟତ କୁ କଣ୍ଟେନମେଣ୍ଟ  ଜୋନ ଘୋଷଣା  କରାଯାଇଛି। ଆସିକା ବ୍ଲକ ର ଅନ୍ୟ ପଂଚାୟତ ମାନଙ୍କରେ କରୋନା  ସଂକ୍ରମଣ ଥମି ଥିବା ବେଳେ  ବରଗାଁ ପଂଚାୟତ ଅନ୍ତର୍ଗତ ଗ୍ରାମ ମାନଙ୍କ ରୁ ୨୧ ରୋଗୀ ଚିହ୍ନଟ ହେବା ପରେ ଏହା ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।ଜନସାଧାରଣ ଙ୍କୁ ସଚେତନ କରିବା ଲକ୍ଷ୍ୟରେ ସଂପୃକ୍ତ ଅଞ୍ଚଳରେ ପୋଲିସ ଓ ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଆସିକା ବି ଡ଼ି ଓ ରୋସନ ଶତପଥୀ,ତହସିଲଦାର ସଦାନନ୍ଦ ସେଠୀ ଏବଂ ଅନ୍ୟ ଅଧିକାରୀ ସହ ସରପଂଚ ଓ ସମିତିସଭ୍ୟ ଶିବ ନାହାକ ପ୍ରମୁଖ ଫ୍ଲାଗ ମାର୍ଚ୍ଚ ରେ ସାମିଲ ରହି କରୋନା  ସଂକ୍ରମଣ ସତର୍କତା ନେଇ ଗ୍ରାମବାସୀ ଙ୍କୁ ଅବଗତ କରାଇଥିଲେ। ସମସ୍ତ  ସଂଯୋଗ କରୁଥିବା ରାସ୍ତା କୁ ସିଲ କରିବା ସହ ଦୋକାନ ବଜାର ବନ୍ଦ କରିବା ,ପୋଖରୀ କୁ ଶୌଚ ପାଇଁ ମନା ସହ ସମସ୍ତେ ଯେମିତି ଘରୁ ନବାହରିବେ ସେଥିପ୍ରତି ଯେମିତି ଯତ୍ନବାନ ହେବେ ତାକୁ ସୂଚିତ କରାଯାଇଥିଲା। ଆସିକା ବ୍ଲକ ରେ  ବର୍ତ୍ତମାନ ସୁଦ୍ଧା ୬୧ ସକ୍ରିୟ ସଂକ୍ରମିତ ରୋଗୀ ରହିଥିବା ଜଣା ଯାଇଚି।

Leave A Reply