ବୋରିଗୁମ୍ମା (K.sakil Dora)—-ଗତ କିଛି ମାସ ହେବ ବୋରିଗୁମ୍ମା ବଜାରରେ ପନିପରିବା ଡର ହୁ ହୁ ହୋଇ ବଡ଼ି ଚାଲିଛି।ସାଧାରଣ ଗ୍ରାହକ ପନିପରିବା ରେ ହାତ ମାରିବା କଷ୍ଟ ହେଲାଣି। ଲୋକେ ମହାମାରୀ କରୋନା ପାଇଁ ଅତିଷ୍ଠ ହେଉଥିବା ବେଳେ ପନିପରିବା ଦର ଗ୍ରାହକ ଙ୍କୁ ଚିନ୍ତାରେ ରେ ପକାଇଛି।
ବୋରିଗୁମ୍ମା ବଜାରରେ ବାଇଗଣ କିଲୋ ୫୦ ଟଙ୍କା, ବିଲାତି ୬୦ ଟଙ୍କା, ଆଳୁ ୩୫ ଟଙ୍କା, ପିଆଜ ୩୦ ଟଙ୍କା, କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା, ସଜନା କିଲୋ ୮୦ ଟଙ୍କା, ଛୋଟ କାଙ୍କଡ଼ କିଲୋ ୧୪୦ ଟଙ୍କା, ପୋଟଳ ୬୦ ଟଙ୍କା, ବିନିସ ୮୦ ଟଙ୍କା, ଲାଉ ଗୋଟାକୁ ୩୦ ଟଙ୍କା ହେଲେଣି।
କୌଣସି ପରିବା ଦର କିଲୋ ପିଛା ୫୦ ଟଙ୍କା ରୁ କମ ନୁହଁ। ବଜାରରେ ଆମିଷ ଦର ବି କିଛି କମ ନୁହଁ। ଚିକେନ୍ କିଲୋ ୨୦୦ ଟଙ୍କା ରହିଥିବା ବେଳେ ମଟନ କିଲୋ ୬୦୦ ଟଙ୍କା, ମାଛ କିଲୋ ୧୬୦ ଟଙ୍କା ରହିଛି। ଗରୀବ ଶ୍ରେଣୀ ର ଲୋକମାନେ କିଛି ଦିନ ହେଲା ପରିବା କିଣିବା ପାଶୋରି ଦେଲେଣି।ବର୍ତ୍ତମାନ ଆଶ୍ୱିନ ମାସ ଚାଲିଥିବାରୁ ଅପରପକ୍ଷରେ କିଛି ଲୋକ ଆମିଷ ଖାଉ ନାହାନ୍ତି। ଏହାର ସୁଯୋଗ ନେଇ ପରିବା ଦଲାଲ ବଜାରରେ ଦିନ କୁ ଦିନ ବୃଦ୍ଧି କରି ଚାଲୁଛନ୍ତି। ଯୋଗାଣ ବିଭାଗ ପରିବା ଦର ବୃଦ୍ଧି ଉପରେ କୌଣସି କଟକଣା ନ ଥିବା ଦେଖାଦେଇଛି।
