ବୁଗୁଡ଼ା – 16/09/20:ବୁଗୁଡ଼ା ସ୍ଥିତ ଜଳସେଚନ କାର୍ଯ୍ୟଳୟ ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ରାଜନୀତି ଯଥା ବିଧି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପକଣ୍ଠ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲା ବେଳେ ବାଘୁଆ ନଦୀବନ୍ଧ ଯୋଜନା ପରିସରରେ ମଧ୍ୟ ଅନୁରୂପ ପୂଜା ବିଧି ପାଳନ କରାଯାଇଥିଲା।
କୋଭିଡ କଟକଣା ଅବଲମ୍ବନରେ ବିଦ୍ୟୁତ୍ ବିଭାଗ ଓ ସମସ୍ତ ଗ୍ୟାରେଜ୍ ରେ ନିରାଡମ୍ବର ଭାବେ କ୍ଷୁଦ୍ର ମୁର୍ତ୍ତି ଓ ଚିତ୍ରପଟ ରଖି  ପୂଜା ପାଳନ କରାଯାଇଥିଲା। କେଉଁଠି ମଧ୍ୟ  ଡାକବାଜି  ବ୍ୟବହାର କରାଯାଇନଥିଲା। ଅନୁରୂପ ଗ୍ରାମାଞ୍ଚଳ ରେ ବର୍ଦ୍ଧକୀ ସମାଜ, ଅନ୍ୟାନ୍ୟ କୁଶଳୀ ଓ ଅଣ କୁଶଳୀ କାରିଗର ମାନଙ୍କ ମଧ୍ୟରୁ କୋଭିଡ଼୍ ନିୟମ ଭିତ୍ତିରେ ପୂଜା ସମାପନ ହୋଇଥିଲା।

LEAVE A REPLY

Please enter your comment!
Please enter your name here