ରାୟଗଡା,୧୬ ।୯(Rabindra Patkhandal)- ରାୟଗଡ଼ା ପୋଲିସର ବଡ଼ ସଫଳତା ତେଲ ଟ୍ୟାଙ୍କରେ ବିଫୁଳ ପରିମାଣ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ତେଲ ଟ୍ୟାଙ୍କ ମଧ୍ୟରେ ୬୨ଟି ପ୍ୟାକେଟରେ ୧୬ କୁଇଣ୍ଟାଲ ୧୮ କେଜି ଗଞ୍ଜେଇ ଥିବା ସୂଚନା ରହିଛି । ତେବେ ଟ୍ୟାଙ୍କର ଡ୍ରାଇଭର ଶିବ କୁମାର ଯାଦବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟଯେ ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କର ରାୟଗଡ଼ା ଠାରୁ ୫ କିଲୋମିଟର ଦୂର ପିତାମହଲ ନିକଟରେ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା କାଗଜପତ୍ର ଯାଞ୍ଚ କରାଯାଉଥିବା ବେଳେ ଆରଟିଓ ଦିଲ୍ଲୀପ କୁମାର ଦଳାଇ ଟ୍ୟାଙ୍କ(ଏନଏଲ୦୩ଏ ୫୭୯୫)କୁ ଅଟକାଇ କାଗଜ ପତ୍ର ମାଗିଥିଲେ ।

ଡ୍ରାଇଭର କାଗଜ ପତ୍ର ନ ଦେଥାଇବାରୁ ଅଟକ ରଖାଯାଇଥିଲା । ଗାଡ଼ିରୁ ଗଞ୍ଜେଇ ବାସ୍ନା ହେବାରୁ ଆଞ୍ଚଳିକ ପରିବହନ ଅଧିକାରୀ ପୋଲିସକୁ ଖବର ହେଇଥିଲେ । ପୋଲିସ ଏସଆଇ ସୌମ୍ୟ ରଞ୍ଜନ ପତି ଗାଡ଼ିକୁ ଥାନାକୁ ନେଇ ଚନଖି କରିବାରୁ ଗଞ୍ଜେଇ ଥିବା ଜାଣିପାରି ମାଜିଷ୍ଟ୍ରେଟ ସୁନିଲ କୁମାର ଖରାଙ୍କ ଉପସ୍ଥିତିରେ ସୁଲିସ ଟ୍ୟାଙ୍କ ଭିତରୁ ଗଞ୍ଜେଇ ପ୍ୟାକେଟ ବାହାରକରି ଓଜନ କରିଥିଲା । ଗଞ୍ଜେଇର ଓଜନ ୧୬୧୮ କେଜି ୪୦୦ଗ୍ରାମ ଥିବାବେଳେ ଏହାକୁ ସର୍ବ ସମ୍ମୁଖରେ ବସ୍ତା ଗୁଡ଼ିକ ସିଲ କରାଯାଇଥିଲା ।

ଡ୍ରାଇଭର ଯାଦବ କରିବା ପ୍ରକାରେ ଗାଡ଼ିକୁ ବିଜୟୱାଡ଼ାରେ କିଛି ବ୍ୟକ୍ତି ଅଟକାଇ ଏହି ପ୍ୟାକେଟ ଗୁଡ଼ିକ ନେବାକୁ କହିବା ସହ ୧୦ ହଜାର ଟଙ୍କା ଦେଇଥିଲେ । ବର୍ତ୍ତମାନ ତାଙ୍କ ପକେଟରେ ଥିବା ୭ ହଜାର ଟଙ୍କାକୁ ପୋଲିସ ଜବତ କରିଥିବା ଏସପି ଡ଼ଃ ଶ୍ରର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here