Odisha news

ସମାଜସେବୀଙ୍କ ବିୟୋଗରେ ଶୋକସଭା

0

ରାୟଗଡା,୧୬ ।୯(Rabindra Patkhandal)- ରାୟଗଡା ଜିଲ୍ଲାର ଜଣାଶୁଣା ସମାଜସେବୀ ଶିବାନୀ ରଥଙ୍କ ବିୟୋଗରେ ୟଙ୍ଗ ଓଡିଶା କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଜଂଳୀ ସଭା ଅନୁଷ୍ଠିତ ହୋଇଯାଇଅଛି । ଗତ ୩ ତାରିଖ ଦିନ ଶିବାନୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ଶିବାନୀ ସମାଜ ସେବା ସହ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ଜନହିତକର କାର୍ଯ୍ୟ କରୁଥିଲେ । ତାଙ୍କ ନିଜସ୍ୱ ଉଦ୍ୟମରେ ୟଙ୍ଗ ଓଡିଶା ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିବା ସହ ଆନ୍ତର୍ଜାତିକ ମାନବ ଅଧିକାରୀ କାଉନସିଲର ଜିଲ୍ଲା ମହିଳା ସଭାପତି ଭାବେ ମଧ୍ୟ ସର୍ବତ୍ର ପରିଚିତ ଥିଲେ । ଜୀବନଧାରା ରକ୍ତଦାନ ସଂସ୍ଥାର ସ୍ଥାୟୀ ସଦସ୍ୟ ମଧ୍ୟ ସେ ଥିଲେ ।

ତାଙ୍କର ଅକାଳ ବିୟୋଗରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବୁଦ୍ଧିଜୀବି ମାନେ ଗଭୀର ଶୋକ ବ୍ୟକ୍ତ କରିଥିଲେ । ୟଙ୍ଗ ଓଡିଶା କାର୍ଯ୍ୟାଳୟ ଠାରେ ଆୟୋଜିତ ଶ୍ରଦ୍ଧାଜଂଳୀ ସଭାରେ ମୁଖ୍ୟ ଉଦ୍ୟୋକ୍ତା ଲକ୍ଷ୍ମୀ ନାରାୟଣ ପାଢୀ, ସଭାପତି ତଥା ଶିବାନୀଙ୍କ ସ୍ୱାମୀ ସନ୍ତୋଷ ଶତପଥି, ଆଇନଜୀବି ସୁରେନ୍ଦ୍ର ଶର୍ମା, ପ୍ରିୟଦର୍ଶନୀ ହୁଇକା, ମୋଇନା ଆଚାରୀ, ସେନାପତି ସନ୍ତୋଷୀ, ପାର୍ଥବଦ୍ଧନ,ଅଶ୍ୱିନୀ ନାୟକ, ଧନଂଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଜଂଳ ଜ୍ଞାପନ କରିଥିଲେ ।ଏଥି ସହ ସ୍ୱର୍ଗତ ଶିବାନୀଙ୍କ ସ୍ମୃୃତି ଉଦ୍ୟେଶରେ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଫଳ ବଂଟନ କରାଯାଇଥିଲା ।

Leave A Reply