କୋରାପୁଟ ଜିଲ୍ଲାରେ ଧାନ ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦ ରେ କଂଗ୍ରେସ ର ଗଣ ଧାରଣା। ଗଣ ଧାରଣା ସ୍ଥଳ ରେ ଯୋଗ ଦେଇ ଗର୍ଜିଲେ ବିଧାୟକ। ବିଭିନ୍ନ ମଣ୍ଡିରେ ପଡିରହିଛି ୭ ଲକ୍ଷ ୪୦ ହଜାର କ୍ୱିଣ୍ଟାଲ ଧାନ।
ବୋରିଗୁମ୍ମା (କେ.ସାକିଲି ଦୋରା)–କୋରାପୁଟ ଜିଲ୍ଲାରେ ଖରିଫ ଋତୁ ଯାଇ ରବି ଋତୁ ଆସିଲାଣି। ରବି ଚାଷ ପାଇଁ ଚାଷୀକୁଳ ଧାନ ବୁଣିଥିବା ବେଳେ ଏପର୍ଯ୍ୟନ୍ତ ଚାଷୀ ମାନଙ୍କର ଖରିଫ ମଣ୍ଡିରେ ଧାନ ବିକ୍ରି ହୋଇନାହିଁ।ଯାହାକୁ ନେଇ କୋରାପୁଟ ଜିଲ୍ଲାର ରେ ଚାଷୀ ଅସନ୍ତୋସ ଦେଖାଦେଇଛି।ଗତ ୧୫ ତାରିଖ ଦିନ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମହା ମଣ୍ଡି ର ବ୍ୟବସ୍ଥା ହୋଇଥିଲେ ହେଁ ପ୍ରକୃତ ଚାଷୀ ମଣ୍ଡି ରେ ଧାନ ବିକ୍ରି କରିପାରୁ ନାହିଁ। କେଉଁ ଚାଷୀ ଙ୍କୁ ଟୋକେନ୍ ମିଳିଛି କିନ୍ତୁ ସେହି ଚାଷୀମାନେ ମଧ୍ୟ ଧାନ ବିକ୍ରି କରିପାରୁ ନାହାନ୍ତି। ଦୀର୍ଘ ଦିନ ପରେ ବି ଧାନ ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦ ରେ ଜିଲ୍ଲା କଂଗ୍ରେସ ଚାଷୀ ମାନଙ୍କ ପାଇଁ ରାଜରାସ୍ତା କୁ ଓଲ୍ଲାଇଛି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଙ୍କ ଆହ୍ୱାନ କ୍ରମେ ୨୬ ନମ୍ବର ଜାତୀୟ ରାଜପଥ ଜୟନ୍ତୀଗିରି ଓ ବୋରିଗୁମ୍ମା ଠାରେ ପୂର୍ବାହ୍ନ ୧୧,ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଣ ଧାରଣା ଦିଆଯାଇଥିଲା।
ବୋରିଗୁମ୍ମା ଛକ ଠାରେ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଜାତୀୟ ରାଜପଥ ଅବରୋଧ ଯୋଗୁଁ ବହୁ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା। ଦିନ ଦୁଇଟା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଗଣ ଧାରଣା ସ୍ଥଳ ରେ ଆସି ପହଞ୍ଚିଥିଲେ।ଗଣ ଧାରଣା ସ୍ଥଳ ରେ ପହଂଚି ପ୍ରଶାସନ ଓ ସରକାର ଙ୍କ ବିରୁଦ୍ଧରେ ଖୁବ ଗର୍ଜିଥିଲେ। ବୋରିଗୁମ୍ମା ଓ ଜୟପୁର ବ୍ଲକ ସହ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ବହୁ ମାତ୍ରାରେ ଧାନ ଚାଷ ହେଉଛି। ପ୍ରଶାସନ ଜାଣିଶୁଣି ଧାନ କିଣୁ ନ ଥିବା ଅଭିଯୋଗ କରିଛନ୍ତି ବିଧାୟକ। ତୁରନ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୭ ଲକ୍ଷ ୪୦ ହଜାର କ୍ୱିଣ୍ଟାଲ ଧାନ କିଣିବା ପାଇଁ ପ୍ରଶାସନ କୁ କହିଛନ୍ତି। ପରେ ଗଣ ଧାରଣା ସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ମାଝୀ ପହଞ୍ଚି ଥିଲେ। ଜିଲ୍ଲାରେ ବିଭିନ୍ନ ଧାନ ମଣ୍ଡିରେ ପଡିଥିବା ଧାନ କୁ ପ୍ରଶାସନ ସାତ ଦିନ ମଧ୍ୟରେ କିଣିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିଧାୟକ ଶ୍ରୀ ବାହିନୀପତି ଗଣ ଧାରଣା ସ୍ଥଳ ରୁ ଉଠିଥିଲେ।
ପ୍ରକାଶ ଥାଉକି କୋରାପୁଟ ଜିଲ୍ଲାରେ ମୋଟ ୩୪,୯୩୯ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ଯୋଗଣ ବିଭାଗ ରେ ନାମ ପଞ୍ଜିକରଣ କରିଥିଲେ। ପରେ ଯୋଗଣ ବିଭାଗ ର ତଦାରଖ ପରେ ୩୩,୬୨୯ଜଣ ଚାଷୀ ଧାନ ବିକ୍ରି କରିପାରିବେ ବୋଲି ବିଭାଗ ସୂଚନା ଦେଇଥିଲେ। ଏପର୍ଯ୍ୟନ୍ତ ଯୋଗଣ ବିଭାଗ ୨୧ଲକ୍ଷ ୨୫ ହଜାର ୭୩୯ କ୍ୱିଣ୍ଟାଲ ଧାନ କ୍ରୟ କରିଥିବା ସୂଚନା ଦେଇଛନ୍ତି। ବୋରିଗୁମ୍ମା କଂଗ୍ରେସ ପକ୍ଷରୁ ଅଶୋକ କୁମାର ଗନ୍ତାୟତ, ରାମଚନ୍ଦ୍ର ପାଢୀ, ବୁଲୁ ପ୍ରଧାନ, କେ.ସୁଧାକର, ପିଙ୍କୁ ଶତପଥୀ, ବ୍ଲକ ଅଧ୍ୟକ୍ଷା ବିମଳା ଚାଲାଣ,ସରପଞ୍ଚ ଚନ୍ଦ୍ରିକା ଯାନୀ, କୈଳାସ ରଥ ଓ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କଂଗ୍ରେସ କର୍ମୀମାନେ ଗଣ ଧାରଣା ରେ ଯୋଗ ଦେଇଥିଲେ।ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।