Odisha news

ଆନ୍ତଃ ଜିଲ୍ଲା ୨ ଚୋର ଗିରଫ : ୨୦ହଜାର ଟଙ୍କା ସହ ଗହଣା ଉଦ୍ଧାର

0

ରାୟଗଡା,୨୦ ।୧(ରବୀନ୍ଦ୍ର ପାଟଖଣ୍ଡଳ)- ଗୌତମ ନଗର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡା ପୋଲିସ ଏଥି ସହ ୨୦ ହଜାର ଟଙ୍କା ସହ ଗୋଟିଏ ସୁନାର ନେକ୍ଲେସ ଏବଂ ଗୋଟିଏ ଯୋଡା କାନ ଫୁଲ ଉଦ୍ଧାର କରିଛି । ଏ ନେଇ ଆଜି ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଚନ୍ତି । ୨୭ ଡିସେମ୍ବର ୨୦୨୦ରେ ଲିଙ୍ଗରାଜ ଲେଙ୍କା ତାଙ୍କ ପରିବାର ସହ ନିଜ ପୈତୃକ ଗ୍ରାମକୁ ଯାଇଥିଲେ । ୦୭ ଜାନୁୟାରୀରେ ଘରକୁ ଫେରିବା ପରେ ଘରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗାଯାଇଥିବା ସହ ଆସବାବ ପତ୍ର ଗୁଡିକ ଏଣେତେଣେ ପଡିିଥିବା ଦେଖିବାକୁ ପାଇଥିଲେ ଘରର ସଦସ୍ୟ ମାନେ । ଘଟଣା ସଂପର୍କରେ ଲିଙ୍ଗରାଜଙ୍କ ପୁଅ ରାୟଗଡା ଥାନାରେ ଲିଖିତ ଜଣାଇଥିଲେ ।

ଏସ.ପି ଶ୍ରୀଶର୍ମା ନିଜେ ଘଟଣା ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ଥାନା କେଶ ନଂ ୫ ତା ୦୭.୦୧.୨୦୨୧ ଧାରା ୪୫୭/୩୮୦ ପ୍ରକାରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ୧୩ ଦିନ ପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଟାନ ଯୋଗୁଁ ରାୟଗଡା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୨୦ ହଜାର ଟଙ୍କା ସହ ଚୋରି ହୋଇଥିବା ସୁନାର ଗହଣାକୁ ଜବତ କରିଛି । ଏଥି ସହ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଗୋଟିଏ ପଲସର ମଟର ସାଇକେଲ ଏବଂ ଟିଭିଏସ ମୋଟର ସାଇକେଲକ ଜବତ କରିଛି । ଗିରଫ ହୋଇଥିବା ୨ ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ବହୁ ଚୋରି ମାମଲାରେ ସଂପୃକ୍ତ ଅଛନ୍ତି ।

ପୂର୍ବରୁ ମଧ୍ୟ କେଶ ନଂ ୨୪୫/୨୦୨୦ ପ୍ରକାରେ ଅଭିଯୁକ୍ତ ମାନଙ୍କ ନାମରେ ରାୟଗଡା ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୁକ୍ତ ମାନେ ରାୟଗଡା ଜିଲ୍ଲା ବ୍ୟତୀତ ପୋଡଶୀ ଜିଲ୍ଲା ଗୁଡିକରେ ହୋଇଥିବା କେତେକ ଲୁଟ୍ ଘଟଣାରେ ସଂପୃକ୍ତ ଅଛନ୍ତି । ଜଗତସିଂହପୁର ଜିଲ୍ଲାରେ ହୋଇଥିବା କେତେକ ଚୋରି ଘଟଣାରେ ମଧ୍ୟ ଗିରଫ ହୋଇଥିବା ୨ ଅଭିଯୁକ୍ତ ସାମିଲ ଥିବା ନେଇ ଏସ୍.ପି ସୂଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ତପନ ନାରାୟଣ ରଥ, ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଏସ.ଆଇ ମାନସ ସାହୁ, ଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply