ବୋରିଗୁମ୍ମା (ସ.ବ୍ୟୁ,)- ସାରା ଦେଶରେ ଲକ ଡାଉନ ଚାଲିଥିବା ବେଳେ ପୋଲିସ ୨୪ ଘଣ୍ଟିଆ ପେଟ୍ରୋଲିଂ କରୁଛି। ତଥାପି କିଛି ଲୋକ ନିୟମ ଉଲଂଘନ କରିଚାଲିଛନ୍ତି। ଶୁକ୍ରବାର ସକାଳେ ବିନା କାରଣରେ ବାଇକ ଚାଳକ ଯାତାୟାତ କରୁଛନ୍ତି। ବୋରିଗୁମ୍ମା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିୟମ ଉଲଂଘନ କାରୀ ବାଇଜ ଚାଳକ ଙ୍କ ବିରୁଦ୍ଧରେ କେସ ରୁଜୁ କରିଛି ପୋଲିସ। ମୋଟ ୪୮ ଗୋଟି ବାଇକ କୁ ଜବତ କରାଯାଇ କେସ ନମ୍ବର ୪୧ / ୨୦୨୦ ଦଫା୧୮୮,୨୭୧,୧୭୭ ରୁଜୁ କରିଛି। ସେହିଭଳି ସହରରେ ଜଣେ ବେଆଇନ ଭାବେ ଚା ଦୋକାନ ଖୋଲିଥିଲା। ସେହି ଚା ଦୋକାନୀ ଙ୍କ କେସ କରାଯାଇଛି ବୋଲି ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି।