Odisha news

ଖୋର୍ଦ୍ଧା ତାଲାବନ୍ଦ ପ୍ରଭାବରେ ରାସ୍ତା ଘାଟ ଖାଁ ଖାଁ ୪୮ହଜାର ୮ଶହ ହିତାଧିକାରୀଙ୍କୁ ମିଳିଲା ସାମାଜିକ କଲ୍ୟାଣ ଭତା କୋଭିଡ଼-୧୯ ନିୟମ ଉଲଂଘନକରି ୫୬ଙ୍କ ନାମରେ ମାମଲା

0

ଖୋର୍ଦ୍ଧା,28.03: ମହାମାରୀ କରୋନା ବାଟ ବନ୍ଦ ଲାଗି କେନ୍ଦ୍ର ସରକାର ୨୧ଦିନିଆ ତାଲା ବନ୍ଦ ଘୋଷଣା କରିଛନ୍ତି ।ଏହା ସତ୍ୱେ ରାଜ୍ୟ ସରକାରଙ୍କ ସତର୍କତା ମୂଳ ପଦକ୍ଷେପକୁ ମାନିବାକୁ କେତକ ବିଶୃଙ୍ଖଳିତ ଯୁବକ ନାରଜ ହୋଇଥିବା ଜଣାଯାଇଛି ।ବାରମ୍ବାର ତାଗିଦ ପରେ ବିଫଳ ହେବାରେ ଶେଷରେ କୋଭିଡ଼-୧୯ ନିୟମ ଉଲଂଘନ ଅଭିଯୋଗରେ ଜିଲ୍ଲା ପୁଲିସ ପକ୍ଷରୁ ୫୬ଜଣଙ୍କ ନାମରେ ମାମଲା ରୁଜୁ ହୋଇ ସେମାନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

ତେବେ ଜିଲ୍ଲାର ବିଏମସିକୁ ବାଦ ଦେଇ ଅବଶିଷ୍ଟ ବ୍ଳକ ଯଥା ଖୋର୍ଦ୍ଧା ପୌରପରିଷଦ ଓ ଖୋର୍ଦ୍ଧା ବ୍ଳକ, ଜଟଣୀ ବ୍ଳକ ଏବଂ ସହର ସମେତ ବେଗୁନିଆ, ବୋଲଗଡ଼, ଚିଲିକା, ବାଣପୁର, ବାଲିଅନ୍ତା, ବାଲିପାଟଣା, ବାଣପୁର ଓ ବାଲୁଗାଁ ବିଜ୍ଞାପିତ ପରିଷଦର ୪୮ହଜାର ୮ଶହ ୧୬ଜଣ ହିତାଧିକାରୀଙ୍କୁ ଆଜି ସାମାଜିକ କଲ୍ୟାଣ ଯୋଜନାରେ ୪ମାସ ଭର୍ତା ସାମାଜିକ ଦୂରତା ବଜାୟ ରଖି ପ୍ରଦାନ କରାଯାଇଥିବା ବିଭାଗୀୟ ଅଧିକାରୀ ଅଶୋକ କୁମାର ପାତ୍ର ସୂଚନା ଦେଇଛନ୍ତି ।ତେବେ ଜିଲ୍ଲାବ୍ୟାପି ସମୁଦାୟ ୧ଲକ୍ଷ ୮୨ହଜାର ହିତାଧିକାରୀ ଥିବା ବେଳେ ସେମାନଙ୍କୁ ପର୍ଯ୍ୟାୟ କ୍ରମେ ଭତା ପ୍ରଦାନ କରିବାକୁ ପ୍ରଶାସନ ପ୍ରକ୍ରିୟା ଜାରି ରଖିଥିବା ପ୍ରକାଶ କରିଛନ୍ତି ।

ସେହିପରି ତାଲାବନ୍ଦ ଘୋଷଣା ପରେ ଆଜି ଖୋର୍ଦ୍ଧା ସହର ଜନସାଧାରଣଙ୍କ ମଧ୍ୟରେ ବେଶ ସଚେତନତା ବୃଦ୍ଧି ପାଇଥିବା ଜଣାଯାଇଛି ।ସହରର ପ୍ରମୁଖ ରାସ୍ତା ଗୁଡ଼ିକ ଖାଁ ଖାଁ ଦେଖାଯାଇଥିବା ବେଳେ ନିତ୍ୟବ୍ୟବହୃତ ଦୋକାନକୁ ଛାଡ଼ି ଅବଶିଷ୍ଟ ଦୋକାନରେ ଆଜି ଦିନ ତାମାମ ତାଲା ଝୁଲିବା ଦେଖାଯାଇଛି । ସେହିପରି ସଂକ୍ରାମକ କରୋନାକୁ ଭୂତାଣୁ ବ୍ୟାପିବା ଦିଆନଯିବା ଲାଗି ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ପୈାରପରିଷଦ ତରଫରୁ ସାମାଜିକ ଦୂରତା ଉପରେ ଗୁରୁତ୍ୱରୋପ କରାଯାଇଛି ।ତେବେ ଗୋଟିଏ ଦୋକାନ ଠାରୁ କେତେ ଦୂରରେ ଗ୍ରାହକମାନେ ରହି ଜିନିଷ କିଣିବେ ସେ ନେଇ ସ୍ଥାନ ଚିହ୍ନଁଟ କରାଯାଇଥିବା ବେଳେ ବ୍ୟବସାୟୀମାନେ ବେପାର ସମୟରେ ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।
ସେହିପରି କରୋନା ଭୟ ତଥା ଲକ ଡାଉନ ପ୍ରଭାବରେ ଆଜି ଖୋର୍ଦ୍ଧା ମେଡିକାଲରେ ଅତି କମ ରୋଗୀ ଦେଖିବାକୁ ମିଳିଥିଲା । ଆଉଟ ଡୋର ଓ ନିରାମୟ କେନ୍ଦ୍ର ଖାଲି ରହିଥିଲା । ତେବେ ସେହିପରି ରେଜିଷ୍ଟ୍ରେସନ କାଉଟଂର ମଧ୍ୟ ଭିଡ ନ ଥିଲା । ତେବେ ଜରୁରୀ ଆବଶ୍ୟକ ନ ଥିଲେ ଲୋକମାନେ ମେଡିକାଲ ଆସୁନଥିବା ଦେଖିବାକୁ ମିଳିଥିଲା । ସେହିପରି ସହରର ମୁକୁନ୍ଦପ୍ରସାଦ, ନୂଆବସଷ୍ଟାଣ୍ଡ ଏବଂ ଚଣ୍ଡିଚୁଆ ଛକ ଠାରେ ଗତକାଲି ଭଳି ଯାଂଚ ହୋଇଥିବା ଦେଖାଯାଇଛି । ଏଥିସହିତ ଜିଲ୍ଲା ପ୍ରଶାସନ ମଧ୍ୟ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନେଇଛି । ନିହାତି ଆବଶ୍ୟକ ନପଡିଲେ ପଦାକୁ ନବାରିବା ଲାଗି ସଚେତନ କରିବା ସହିତ ବାଇକ ଟ୍ୟାକ୍ସି, ଅଟୋ ରିକ୍ସା ଉପରେ ପ୍ରଶାସନ କଟକଣା ଜାରୀ କରିଛି । ଏହା ସତ୍ୱେ କେତେକ ଲୋକ ପ୍ରଶାସନ ର ଏଭଳି ନିର୍ଦ୍ଦେଶକ ଉଲଙ୍ଘନ କରିବା ପରିଲକ୍ଷିତ ହୋଇଥିବାରୁ ଶେଷରେ ବାଧ୍ୟ ହୋଇ ପୁଲିସ ଆଜି ଖୋର୍ଦ୍ଧା ସହରର ବିଭିନ୍ନ ଛକରେ ବ୍ୟାରିକେଟ କରି ନାକାବନ୍ଦୀ କରିଛି । ଆଜି ଜିଲ୍ଲା ପୁଲିସ ତରଫରୁ ନୂଆବସଷ୍ଟାଣ୍ଡ, ସକୁନ୍ତଳା ମାର୍କେଟ କମ୍ପେ୍ଲକ୍ସ ନିକଟ, ଭାଲିଆବାଡି ହରିଜନ ସାହି ଛକ, ମୁକୁନ୍ଦପ୍ରସାଦ ବାଇପାସ ପ୍ରମୁଖ ସ୍ଥାନ ଗୁଡିକୁ ବ୍ୟାରିକେଟ କରାଯାଇଛି ।

Leave A Reply