Odisha news

ହାଟଡ଼ିହି : ନେପାଳ ଓ ପୁନେରେ ଥିବା ଓଡିଆ ଶ୍ରମିକ ମାନେ ଭୋକ ଉପାସରେ କାଟୁଛନ୍ତି ଦିନ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

0

ହାଟଡ଼ିହି-28.03., କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଭାରତବର୍ଷରେ ୨୧ଦିନ ପାଇଁ ଲକଡାଉନ ଘୋଷଣା ହେବାପରେ ବିଭିନ୍ନ ସ୍ଥାନରେ କମ୍ପାନୀ ଗୁଡିକ ସ୍ୱତପ୍ରବୃତ ଭାବେ ବନ୍ଦ ହୋଇଯାଇଛି । ଫଳରେ ଓଡିଶାରୁ ଦାଦନ ଖଟିବାକୁ ଯାଇଥିବା ଶହଶହ ଶ୍ରମଜିବୀ ଏବେ ନେପାଳ, ପୁନେ, କେରଳ, ତାମିଲନାଡୁ, ହାଇଦ୍ରାବାଦ, ଚେନାଇ ପ୍ରଭୃତି ସ୍ଥାନରେ ନାନା ସମସ୍ୟାରେ ଦିନ କାଟୁଥିବା ନେଇ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି । ରାଜ୍ୟ ସରକାର ତଥା ଓଡିଶାର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ତୁରନ୍ତ ସହାୟତା କରିବା ଲାଗି ସେମାନେ ନିବେଦନ କରିଛନ୍ତି । ହାଟଡିହିବ୍ଲକ ଶାଳଣିଆଁ ଓ ଆଇତିପୁର ପଞ୍ଚାୟତର ନେପାଳ ବିରଗଞ୍ଜ ଠାରେ ଛତାକାମ କରିବାକୁ ଯାଇଥିବାବେଳେ ଆଜକୁ ୮ଦିନ ହେଲାଣି ସେଠାରେ କମ୍ପାନୀ କାମ ବନ୍ଦ କରିଦେଇଛି । ଫଳରେ ସେମାନଙ୍କ ପାଖରେ ଖର୍ଚ୍ଚ କରିବାକୁ ପଇସା ନାହିଁ । ଗୋଟିଏ ପଟେ ଘରକୁ ଫେରିବାକୁ କୌଣସି ସୁବିଧା ନଥିବାବେଳେ ଖାଇବା ପିଇବା ପାଇଁ କୌଣସି ସୁବିଧା ନଥିବାରୁ ନାନା ସମସ୍ୟାରେ ପଡିଯାଇଛନ୍ତି । ସେମାନେ ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା କରିବାଲାଗି ନିବେଦନ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏହି ଲୋକମାନଙ୍କ ସହିତ ଯୋଗାଯୋଗ କରିବାକୁ ଚାହାନ୍ତି ତେବେ ୦୦୯୭୭୯୮୧୧୨୬୨୭୬୮ରେ ଯୋଗଯୋଗ କରିବାକୁ ଶ୍ରମିକମାନେ ନିବେଦନ କରିଛନ୍ତି । ସେହିପରି କେନ୍ଦୁଝର, କଟକ, ବାଙ୍କି, ଜଗତସିଂହପୁର, ଭଦ୍ରକ ଆଦି ଅଞ୍ଚଳର ୩୦ରୁ ଉର୍ଦ୍ଧ ଯୁବକ ପୁନେର ଚିକିଖିଲି ଅଞ୍ଚଳରେ କାମ କରୁଥିବାବେଳେ କମ୍ପାନୀ ବନ୍ଦ ହୋଇଯିବାରୁ ସେମାନେ ନାନା ଅସୁବିଧାରେ ରହିଥିବା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଖାଇବା ପିଇବାରେ ନାନା ସମସ୍ୟା ଦେଖାଦେଉଥିବାରୁ ଭୋକ ଉପାସରେ ଦିନ କାଟୁଥିବା ସେମାନେ କହିଛନ୍ତି । ରାଜ୍ୟ ସରକାର ଗତକାଲି ସେମାନଙ୍କ ସହାୟତା ଯୋଗେଇ ଦେବାପାଇଁ ସପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖିଥିଲେବି ଆଜି ପର୍ଯ୍ୟନ୍ତ କେହି ସେମାନଙ୍କ ପାଖକୁ ଯାଇ ନଥିବା ସେମାନେ କହିଛନ୍ତି । ରାଜ୍ୟସରକାର ସେମାନଙ୍କ ପାଇଁ କିଛି ସୁବ୍ୟବସ୍ଥା ଗ୍ରହଣ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.