Odisha news

ଲିଫ୍ଟ ଦେବା ନାଁ ରେ ୨୦ ହଜାର ଟଙ୍କା ଲୁଟ : ଯୁବକ ଗୁରଫ

0
ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ଥାନା ଅଞ୍ଚଳରେ ଲିଫ୍ଟ ଦେଇ ଜଣେ ବ୍ୟକ୍ତି ଙ୍କ ଠାରୁ ୨୦ ହଜାର ଟଙ୍କା ଲୁଟ କରିଛି ଜଣେ ୨୮ ବର୍ଷୀୟା ଯୁବକ। ଏନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ। ଗତ ୨୮.୧୨.୨୦୨୦ ତାରିଖରେ କଦଗୁଡା ଗ୍ରାମର ଅର୍ଜୁନ ଗୌଡ଼ ବୋରିଗୁମ୍ମା ଏସ ବି ଆଇ ବ୍ୟାଙ୍କ କୁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ୨୦ ହଜାର ଟଙ୍କା ଉଠାଇଥିଲେ। ସେହି ସମୟରେ ଘାଟବାଲଗୁଡା ଗ୍ରାମର ଲମ୍ବୋଦର ବିଶୋଇ ସବୁ ନିରୀକ୍ଷଣ କରୁଥିଲା। ସହର ର ହାଟ ପଦା ଠାରେ ଅର୍ଜ୍ଜୁନ ଗୌଡ଼ ନିଜ ଗ୍ରାମକୁ ଯିବାକୁ ଗାଡି କୁ ଅପେକ୍ଷା କରିଥିବା ବେଳେ ଲମ୍ବୋଦର ବିଶୋଇ ନିଜ ବାଇକ ରେ ଆସି ଅର୍ଜ୍ଜୁନ ପାଖରେ ପହଞ୍ଚିଥିଲା।
ତୁମେ କୁଆଡେ ଯିବ ବୋଲି ପଚାରିବା ସହ ମୁଁ ମଧ୍ୟ ସେହି ପାଖ ଗାଁ କୁ ଯିବି, ଆସ ମୋର ବାଇକ ରେ ବସ। ମୁଁ ତୁମକୁ କଦଗୁଡା ଗ୍ରାମରେ ଛାଡ଼ିଦେବି କହିଲା। ଅର୍ଜ୍ଜୁନ ଗୌଡ଼ ବିଶ୍ୱାସ ରେ ଲମ୍ବୋଦର ର ବାଇକ ରେ ବସିଲା। ଠିକ ପୁରୁଣା ବୋରିଗୁମ୍ମା ପରେ ପଟନାୟକ ଫାର୍ମ ହାଉସ ନିକଟରେ ପରିସ୍ରା ଯିବା ବାହାନାରେ ବାଇକ ରୁ ଓଲ୍ଲାଇ ଅର୍ଜ୍ଜୁନ କୁ ମାଡ଼ ମାରି ୨୦ ହଜାର ଟଙ୍କା, ବ୍ୟାଙ୍କ ପାସ ବୁକ, ଆଧାର କାର୍ଡ ନେଇ ଘଟଣା ସ୍ଥଳରୁ ଛୁ ମାରିଥିଲା। ଅର୍ଜ୍ଜୁନ ଗୌଡ଼ କୌଣସି ଉପାୟ ନ ପାଇ ବୋରିଗୁମ୍ମା ଥାନାରେ ଏତଲା ପ୍ରଦାନ କରିଥିଲେ। ପୋଲିସ ସହର ମଧ୍ୟରେ ଲାଗିଥିବା ସି ସି ଟି ଭି କୁ ଦେଖି ଅଭିଯୁକ୍ତ ଲମ୍ବୋଦର ବିଶୋଇ କୁ ଗିରଫ କରିଛି।ପୋଲିସ ଅଭିଯୁକ୍ତ ଙ୍କ ଠାରୁ ଲୁଟ ହୋଇଥିବା ୨୦ ହଜାର ଟଙ୍କା, ବ୍ୟାଙ୍କ ପାସ ବୁକ, ଆଧାର କାର୍ଡ ଉଦ୍ଧାର କରିବା ସହ ଅଭିଯୁକ୍ତ ର ବାଇକ କୁ ଜବତ କରିଛି।
ଏନେଇ ଥାନାରେ ଏକ ମାମଲା କେସ ନମ୍ବର ୧୯୮ / ୨୦୨୦ ଦଫା ୩୯୨ ରୁଜୁ କରି ଅଭିଯୁକ୍ତ ଲମ୍ବୋଦର କୁ କୋର୍ଟ ଚାଲାଣ କରାଯାଇଛି। ଖବରଦାତା ସମ୍ମିଳନୀରେ ଥାନା ଆଇଆଇସି ଶ୍ରୀ ମଣ୍ଡଳ ଙ୍କ ବ୍ୟତୀତ ଏସ ଆଇ ଶ୍ରୀକାନ୍ତ ସାହୁ, ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ।
Leave A Reply