Odisha news

ବିକାଶ ର ବହୁ ପଛରେ ବୋରିଗୁମ୍ମା ସହର : ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟି ପଡୁ ନ ଥିବା ଅଭିଯୋଗ

0
ବୋରିଗୁମ୍ମା (କେ.ସାକିଲି ଦୋରା)—- କୋରାପୁଟ ଜିଲ୍ଲାର ରାଜନୈତିକ, ସାମାଜିକ ଓ ସଂସ୍କୃତି ର ପ୍ରାଣ କେନ୍ଦ୍ର ହେଉଛି ବୋରିଗୁମ୍ମା। କେଉଁ କେତେ ବର୍ଷ ର ଗାଁ ଟିଏ। ପରବର୍ତ୍ତୀ ସମୟରେ ବୋରିଗୁମ୍ମା ସହର ରେ ପରିଣତ ହେଲା। କିନ୍ତୁ ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟି ଆଡୁଆଳ ରେ ରହିଗଲା ବୋରିଗୁମ୍ମା ସହର।ସହର ବାସୀ ଙ୍କ ଦୀର୍ଘ ଦିନ ର ସଂଘର୍ଷ ଓ ଆନ୍ଦୋଳନ ପରେ ବି ବୋରିଗୁମ୍ମା ସରକାରୀ ଭାଷା ରେ ସହର ର ମାନ୍ୟତା ପାଇ ପାରିଲା ନାହିଁ ଅର୍ଥାତ ବୋରିଗୁମ୍ମା ଏପର୍ଯ୍ୟନ୍ତ ଏନ ଏ ସି  ହୋଇ ପାରିଲା ନାହିଁ।ସ୍ୱାଧୀନତା ପୂର୍ବରୁ ବୋରିଗୁମ୍ମା ରେ କିଛି ହାତ ଗଣତି ସାହି, ଘର ରହିଥିଲା।ଦୋକାନ ବଜାର ସେମିତି କିଛି ନ ଥିଲା ବୋଲି କହିଲେ ଚଳେ।
ଧିରେ ଧିରେ ବୋରିଗୁମ୍ମା ରେ ଘର ସଂଖ୍ୟା ବୃଦ୍ଧି ହେବା ସହ ଦୋକାନ ବଜାର ଅହେତୁକ ଭାବେ ବୃଦ୍ଧି ପାଇଲା। ବର୍ତ୍ତମାନ ବୋରିଗୁମ୍ମା ର ପ୍ରତି କୋଣ ଅନୁକୋଣରେ ସାହି ସଂଖ୍ୟା ବୃଦ୍ଧି ପାଉଛି।ପ୍ରତି ସାହି ର ନୂଆ ନାମକରଣ ବି ହେଉଛି। ଦୁଇ ଦୁଇଟି ଜାତୀୟ ରାଜପଥ ବୋରିଗୁମ୍ମା ସହର ଦେଇ ଯାଇଛି।ପ୍ରତି ସରକାରୀ କାର୍ଯ୍ୟାଳୟ ରହିଛି ଯଥା ବ୍ଲକ, ତହସିଲ, ପୂର୍ତ୍ତ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ବନ ବିଭାଗ, ମୃତ୍ତିକା ସରକ୍ଷଣ ବିଭାଗ, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସାଳୟ,ଥାନା, ଏସ ଡ଼ି ପି ଓ କାର୍ଯ୍ୟାଳ8 ଇତ୍ୟାଦି।ସହରରେ ଲୋକ ସଂଖ୍ୟା ସରକାରୀ ହିସାବରେ ୧୮ ହଜାର ରୁ ଉର୍ଦ୍ଧ୍ବ ରହିଥିବା ବେଳେ ବେସରକାରୀ ହିସାବ ରେ ୨୫ ହଜାର ରୁ ଉର୍ଦ୍ଧ୍ବ ହେଲାଣି। କିନ୍ତୁ ସହରରେ ବସବାସ କରୁଥିବା ଲୋକଙ୍କ ପାଇଁ ମୌଳିକ ସୁବିଧା ନାହିଁ।ଏବେବି ଲୋକେ ପାନୀୟ ଜଳ ଠିକ ଭାବେ ପାଇ ପାରୁ ନାହାଁନ୍ତି। ନାଳ ନାର୍ଦମା କଥା ନ କହିବା ଭଲ। ପଞ୍ଚାୟତ ପାଣ୍ଠି ଅଭାବ ରୁ ଦୀର୍ଘ ବର୍ଷ ହେଲା ନାଳ ନର୍ଦମା ସଫା ହୋଇପାରୁ ନାହିଁ। ସହରରେ ଆଲୋକୀକରଣ ନାହିଁ କହିଲେ ଚଳେ। କେବଳ ଜାତୀୟ ରାଜପଥ ଛାଡିଦେଲେ, ସାହି ଗଳି ଅନ୍ଧାର।ପ୍ରଶାସନ ତରଫରୁ ଆଖିଦୃଶିଆ ପଦକ୍ଷେପ ବୋରିଗୁମ୍ମା ସହର କୁ ନିଆଯାଇ ନାହିଁ ।
ବୋରିଗୁମ୍ମା ଛକ ରେ ମେରକ୍ୟୁରି ଲାଇଟ ର ଆବଶ୍ୟକ ଥିଲେ ଲଗା ଯାଉନାହଁ। ଛୋଟ ଛୋଟ ପିଲା ଙ୍କ ଖେଳିବା ପାଇଁ ପାର୍କ ନାହିଁ। ସହରରେ ପାର୍କିଂ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଯିଏ ଯେଉଁଠି ପାରିଲା ଗାଡି ରଖିଲେ। ହାଟ ପଦା କଥା କଥାକେ ଟ୍ରାଫିକ ଜାମ।ସହର ମଧ୍ୟରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ରହିଛି, କିନ୍ତୁ କୌଣସି ବସ ସେଠାରେ ନ ରହିବା ଯୋଗୁଁ ସହର ମଧ୍ୟରେ ବହୁତ ଟ୍ରାଫିକ ଜାମ ହେଉଛି।ସହର ରେ ଦିନ କୁ ଦିନ ଅଟ୍ଟାଳିକା ବୃଦ୍ଧି ପାଇଛି। କିନ୍ତୁ ନିର୍ମାଣ ଅଟ୍ଟାଳିକା ମାନଙ୍କ କୌଣସି ପ୍ରକାର ପ୍ଲାନିଂ ନାହିଁ।ବିନା ଡ୍ରେନ ରେ ଘର ନିର୍ମାଣ କରୁଥିବା ଅଭିଯୋଗ ହେଉଛି।ବୋରିଗୁମ୍ମା ରେ ବିଭିନ୍ନ ଦଳ ତରଫରୁ ବିଭିନ୍ନ ସମୟରେ ଏନ ଏ ସି ପାଇଁ ଆନ୍ଦୋଳନ ହେଉଛି। କିନ୍ତୁ ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ର ଅଭାବ ଯୋଗୁଁ ସହର ର ଆଖି ଦୃଶିଆ ଉନ୍ନତି ହେଉ ନାହିଁ।ଏଣୁ ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟି ଦେବାକୁ ସରକାର ଙ୍କ ପାଖରେ ସହର ବାସୀ ଦାବୀ ଜଣାଇଛନ୍ତି।
Leave A Reply