ବୋରିଗୁମ୍ମା (K.sakil Dora) : ମହାମାରୀ କରୋନା ବିଶ୍ୱ ସମୁଦାୟ କୁ ଅସ୍ତବ୍ୟସ୍ତ କରିଥିବା ବେଳେ ଆମ ଦେଶର କରୋନା ଯୋଗୁଁ ବେଶ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଆମ ରାଜ୍ୟରେ ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଲକ ଡାଉନ ଗରୀବ, ଶ୍ରମିକ ,ଅସହାୟ ଓ ମଧ୍ୟବିତ୍ତ ପରିବାର ପାଇଁ ସର୍ବନାଶ ହୋଇଥିବା ବେଳେ ମାଫିଆ, ବେଆଇନ ବେପାରୀ ଙ୍କ ପାଇଁ ପୁସମାସ ସାଜିଛି। ବୋରିଗୁମ୍ମା ସହରରେ ବେଆଇନ ଗୁଟକା ବେପାରୀ ଲକ ଡାଉନ ପରିସ୍ଥିତି ରେ ମାଲାମାଲ ହୋଇଛନ୍ତି। ଦୀର୍ଘ ବର୍ଷରୁ ରାଜ୍ୟରେ ସରକାର ଗୁଟକା ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି।
ଦିନ କୁ ଦିନ ଗୁଟକା ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ନଜର କୁ ଆସିଛି। ଗୁଟକା ସେବନ ଦ୍ୱାରା ମନୁଷ୍ୟ କୁ କ୍ୟାନସର ହେବାର ସମ୍ଭାବନା ରହିଥାଏ। ରାଜ୍ୟ ର ବହୁ ଲୋକ ଗୁଟକା ଖାଇ କ୍ୟାନସର ରେ ପୀଡ଼ିତ। ବୋରିଗୁମ୍ମା ସହରରେ ମଧ୍ୟ ଗୁଟକା ଖାଇ କିଏ କ୍ୟାନସର ରେ ମରୁଛି ତ କିଏ ପାଟି ଭଲ ଭାବେ ଖୋଲୁପାରୁ ନାହିଁ। ଏହିଭଳି ପରିସ୍ଥିତି ରେ ସରକାର ଗୁଟକା କୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଘୋଷଣା କରିଛନ୍ତି। କିନ୍ତୁ ବେଆଇନ ଗୁଟକା ବେପାରୀ ମାନେ ନିଜ ର କାୟା ବିସ୍ତାର କରି ଚାଲିଛନ୍ତି।ଲକ ଡାଉନ ପୂର୍ବରୁ ଯେଉଁ ଗୁଟକା ଦୁଇ ଟଙ୍କା ରେ ମିଳୁଥିଲା, ସେହି ଗୁଟକା ବର୍ତ୍ତମାନ ପାଞ୍ଚ ଟଙ୍କା ହେଲାଣି। ବୋରିଗୁମ୍ମା ସହର ରେ ତିନି ରୁ ଚାରି ଜଣ ଗୁଟକା ର ହୋଲସେଲ ବ୍ୟବସାୟୀ ରହିଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ର ଗୁଟକା କାରବାର କରିଥାନ୍ତି।
ସେମାନେ ବ୍ଲକରେ ଥିବା ଶହ ଶହ ଦୋକାନୀ ଓ ଛୋଟ ମୋଟ ଡିଲର କୁ ଗୁଟକା ବିକ୍ରି କରିଥାନ୍ତି। ଦୋକାନୀ ମାନେ ଗୁଟକା ବିକ୍ରି କରି କମ ଲାଭ ପାଉଥିବା ବେଳେ ବେଆଇନ ଗୁଟକା ହୋଲସେଲ ବ୍ୟବସାୟୀ ମୋଟା ଅଙ୍କର ଟଙ୍କା ଲାଭ ପାଇଥାନ୍ତି। ଗୋଟିଏ ପଟେ ଗୁଟକା ବିକ୍ରୀ ଉପରେ କଟକଣା କରି ରାଜସ୍ୱ ହରାଉଥିବା ବେଳେ ହୋଲସେଲ ଗୁଟକା ବ୍ୟବସାୟୀ ମାଲାମାଲ ହେଉଛନ୍ତି। ପୋଲିସ ଇତି ମଧ୍ୟରେ ନାମକୁ ମାତ୍ର ଚଦାଉ କରି କିଛି ଟଙ୍କା ଫାଇନ କରିଥିଲା। ବର୍ତ୍ତମାନ ବାରମ୍ବାର ବେଆଇନ ଗୁଟକା ବ୍ୟବସାୟୀ ଙ୍କ ଉପରେ ଚଦାଉ ପାଇଁ ସାଧାରଣ ରେ ଦାବୀ ହେଉଛି।