ମାଲକାନଗିରି !ତା:୯.୭.୨୦୨୦ : (କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ଲଗାତର କରୋନା ସଂକ୍ରମଣ ମାଲକାନଗିରି ପୌରପରିଷଦ ଏବଂ ବାଲିମେଳା ଏନଏସିରେ ବ୍ଯାପିବା ଯୋଗୁଁ ମାଲକାନଗିରି ଜିଲ୍ଲପାଳ ମନୀଷ ଅଗ୍ରୱାଲ ଆଗାମୀ ତା :୧୦.୭.୨୦୨୦ ରିଖ ସଂଧ୍ଯା ୮ ଘଟିକା ସମୟ ଠାରୁ ତା:୧୨.୭.୨୦୨୦ ରାତ୍ର ୧୧ ଘଟିକା ୫୯ ମିନିଟ ପର୍ଯ୍ଯନ୍ତ ମାଲକାନଗିରି ପୌରପରିଷଦ ଏବଂ ବାଲିମେଳା ଏନଏସିରେ ଏହି ସଟ୍ ଡାଉନ୍ କଟକଣା ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି !ମାଲକାନଗିରି ପୌରପରିଷଦ ପାଇଁ ଏହା ଦ୍ବିତୀୟ ଥର ସଟ ଡାଉନ ହୋଇଥିବା ବେଳେ ବାଲିମେଳା ଏନଏସିପାଇଁ ପ୍ରଥମ ଥର ଲାଗୁ କରାଯାଇଛ !
ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ଯା ୧୧୬କୁ ଟପିଛି !ଏହି ସଂକ୍ରମଣ ମାଲକାନଗିରି ଜିଲ୍ଲାରେ କାୟା ବିସ୍ଥାର କରିବାରେ ଲାଗିଛି ! ଆଜି ମାଲକାନଗିରି ପୌରାଞ୍ଚଳ ସଂଗରୋଧ ଅଞ୍ଚଳରୁ ଜଣେ କରୋନା ସଂକ୍ରମିତକୁ ଚିହ୍ନଟ କରାଯାଇଛି ! ବର୍ତ୍ତମାନ
କୋଭିଡ ହସ୍ପିଟାଲରେ ୪୫ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି !
ମାଲକାନଗିରି ମୁଖ୍ଯ ଚିକିତ୍ସାଳୟରେ ଗତ ୬ ତାରିଖ ଦିନ ଜଣେ ରୋଗୀଂକୁ ଅସ୍ତ୍ରୋପଚାର କରାଯାଇଥିବା ବେଳେ ୭ ତାରିଖ ଦିନ ରୋଗୀ ଦେହରେ କରୋନା ସଂକ୍ରମିତ ହେୀଇଥିବା ଜଣା ପଡିବା ପରେ ୮ ତାରିଖ ଦିନ ମୁଖ୍ଯ ଚିକିତ୍ସାଳୟର ଆଉଟ୍ ଡୋରକୁ ସିଲ କରାଯାଇଛି !କେବଳ ଜରୁରୀକାଳିନ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ! ଗୃହ ସଂଗରୋଧରେ ୪୦ ଜଣ ଡକ୍ତର ,ନର୍ସ ଓ ଅନ୍ଯାନ୍ଯ ସ୍ବସ୍ଥ୍ଯ କର୍ମଚାରୀଂକୁ ରଖାଯାଇଛି !
ସେହିପରି ମାଲକାନଗିରି ଡିଆରଡିଏ ଛକ ଠାରୁ ସରକାରୀ ଉଚ୍ଚ ବିଦ୍ଯାଳୟ ଛକ ପର୍ଯ୍ଯନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି !ବାଲିମେଳା ଏନଏସି ଡ୍ରଗ ଲାଇନରେ ଜଣେ ବ୍ଯକ୍ତି କରୋନା ପଜିଟିଭ୍ ଚିହ୍ନଚ ହେବା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ
ଅଞ୍ଚଳ ଭାବେ କଟକଣା ଲାଗୁ କରାଯାଇଛି !ବର୍ତ୍ତମାନ ଅମାନିଆଂକ ଠାରୁ ୭ ଲକ୍ଷ ୪୦ ହଜାର ୩୪୦ ଟଂକା ଜରୋମାନା ଆଦାୟ କରିଛି !ଯେ କୌଣସି ଲୋକ ବାହାରକୁ ଗଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଜନସାଧାରଣଙ୍କୁ ନିବେଦନ କରିଛନ୍ତି !