Odisha news

ଜମିରେ ମାତିଲେ ମାଟିଆ ଗୁଣ୍ଡି ପୋକ , ଶହ ଶହ ଏକର ଧାନ ଫସଲ ଖାଇଗଲେ : କୃଷି ବିଭାଗ ନିରବ

0
ବୋରିଗୁମ୍ମା (K.sakil Dora)—- ବୋରିଗୁମ୍ମା ବ୍ଲକ ହେଉଛି କୃଷି ଭିତ୍ତିକ ବ୍ଲକ। ଏହି ବ୍ଲକରେ ଧାନ ଚାଷ ସହ ଅନ୍ୟାନ୍ୟ ପନିପରିବା ଓ ଡାଲି ଜାତୀୟ ଫସଲ ଚାଷ କରାଯାଇଥାଏ। ଚଳିତ ବର୍ଷ ବୋରିଗୁମ୍ମା ବ୍ଲକରେ ୨୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବ୍ଲକ କୃଷି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। କିନ୍ତୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୋରିଗୁମ୍ମା ବ୍ଲକରେ ମାଟିଆ ଗୁଣ୍ଡି ପୋକ ଧାନ ଫସଲ କୁ ପ୍ରାୟ ନଷ୍ଟ କରିଦେଲେଣି। ଚାଷୀମାନେ ଲକ ଡାଉନ ଓ ସଟ ଡାଉନ ସମୟରେ ଧାର ଉଧାର କରି ଧାନ ଚାଷ କରିଥିବା ବେଳେ ମାଟିଆ ଗୁଣ୍ଡି ପୋକ ଚାଷୀ ର ଅଣ୍ଟା ଭାଙ୍ଗିଦେଲାଣି।ଚାଷୀମାନେ ଯେତେ ପ୍ରକାର କୀଟନାଶକ ଔଷଧ ସିଞ୍ଚନ କଲେ ହେଁ କୌଣସି ପ୍ରକର ଫଳପ୍ରଦ ହେଉନାହିଁ। ଅନ୍ୟପଟେ ବ୍ଲକ କୃଷି ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ଚୁପ ହୋଇ ବସିଛନ୍ତି।
କୃଷି ଅଧିକାରୀ ମାନେ କେବଳ ସଭା ସମିତି କରି ନିଜ ଦାୟିତ୍ୱ ତୁଲାଉଥିବା  ଅଭିଯୋଗ ହେଉଛି। ଅବଶ୍ୟ କିଛି କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଚାଷୀ ଙ୍କୁ ମାଟିଆ ଗୁଣ୍ଡି ପୋକ ଜମିରୁ ହଟାଇବା ପାଇଁ ଠିକ ପରାମର୍ଶ ଦେଇଛନ୍ତି। ଜଣେ ଅବସରପ୍ରାପ୍ତ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ  ଖରିଫ ଋତୁର ସେପ୍ଟେମ୍ବର ମାସ ରୁ ଅକ୍ଟୋବର ମାସ ମଧ୍ୟରେ ଏହି ମାଟିଆ ଗୁଣ୍ଡି।ପୋକ ଧାନ ଫସଲ ରେ ଲାଗିଥାଏ। ତାପମାତ୍ରା ୨୮ ରୁ ୩୦ ଡିଗ୍ରୀ ସେଲ୍ସିୟସ ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ଓ ଅଧିକ ଆଦ୍ରତା ରହି ଵିଲ ରେ ଅଧିକ ପାଣି ଜମି ରହିଲେ ମାଟିଆ ଗୁଣ୍ଡି ପୋକ ଧାନ ଫସଲ ରେ ଲାଗିଥାନ୍ତି।
ଏହି ପୋକ ର ରଙ୍ଗ ମାଟିଆ ,ଛୋଟ ଓ ଲମ୍ବା ଡେଣୀଆ ହୋଇଥାନ୍ତି।ଗଛ ର ମୂଳ ରେ ମେଞ୍ଚା ମେଞ୍ଚା ହୋଇ ରହିଥାନ୍ତି। ଧାନ ଗଛ ର ରସ କୁ ଶୋଷଣ କରିବା ଦ୍ୱାରା ଗଛ ହଳଦିଆ ହୋଇଥାଏ।ଏଣୁ ଚାଷୀମାନେ ଵ୍ୟସ୍ତ ବିବ୍ରତ ନ ହୋଇ ଜମିରେ ପ୍ରତି ୩ ଫୁଟ ରେ ପାହି ତିଆରି କରିବା ସହ ଜମିରୁ ତୁରନ୍ତ ପାଣି ନିଷ୍କାସନ କରନ୍ତୁ। ଏବଂ କଂଫିଡର, ଗ୍ଲାମର, ଚେସ , ଏକତାରା ଭଳି କୀଟନାଶକ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଛନ୍ତି। ବ୍ଲକର ସର୍ଗିଗୁଡା, କାମତା, ବୋରିଗୁମ୍ମା, ବି ସିଂହପୁର , କୁମୁଲି, ଗୁମୁଡା ଭଳି ଅନ୍ୟାନ୍ୟ ପଂଚାୟତରେ ମାଟିଆ ଗୁଣ୍ଡି ପୋକ ତାର କାୟା ବିସ୍ତାର କରିଚାଲିଛି। କିଛି କୃଷି ଅଧିକାରୀ ଚାଷୀ ଙ୍କ ନିକଟକୁ ନ ଯାଇ ଘରେ ବସି ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀ କୁ ଦେଉଥିବା ଅଭିଯୋଗ ହେଉଛି। ଏଣୁ କୃଷି ବିଭାଗ ମାଟିଆ ଗୁଣ୍ଡି ପୋକ ର ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବୀ ହେଉଛି।
Leave A Reply