ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ସହରରେ ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ବୋରିଗୁମ୍ମା ବ୍ଲକରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଶହେ ଛୁଇଁଲାଣି। ସହର ମଧ୍ୟରେ ଆକ୍ରାନ୍ତ ଙ୍କ ସଂଖ୍ୟା ବି କିଛି କମ ନୁହେଁ। ସହରର ପ୍ରେତକ ସାହି ଗଳି ରେ ଲୋକେ ଆକ୍ରାନ୍ତ ହେବାର ଦେଖାଦେଇଛି। ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ରାଜ୍ୟ ଲକ ଡାଉନ କିମ୍ବା ସଟ ଡାଉନ କରିପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ଏଣୁ ବୋରିଗୁମ୍ମା ସହର ବାସୀ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ବୋରିଗୁମ୍ମା ନାଗରିକ ମଞ୍ଚ, ସିନିଅର ସିଟିଯନ, ବୁଦ୍ଧିଜୀବୀ, ପ୍ରେସ କ୍ଲବ ବୋରିଗୁମ୍ମା, ଆଇନଜୀବୀ ସଂଘ, ବଣିକ ସଂଘ ପ୍ରମୁଖ ଯୋଗ ଦେଇଥିଲେ। ସର୍ବ ସମ୍ମତି କ୍ରମେ ବୋରିଗୁମ୍ମା ସହରରେ ଚଳିତ ମାସ ୧୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ସକାଳ ୭ ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।କେବଳ ଔଷଧ ଦୋକାନ କୁ ବାଦ ଦେଲେ ଅନ୍ୟ କୌଣସି ଦୋକାନ ଦିନ ୨ ଟା ପରେ ଖୋଲିବ ନାହିଁ।
ଏହିଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୁ ସାଧାରଣ ରେ ସ୍ୱାଗତ କରାଯାଇଛି।ଯେଉଁ ଦୋକାନ ବଜାର ଖୋଲିବେ ସେମାନେ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଧ୍ୟାନ ଦେବାକୁ ଅପିଲ କରାଯାଇଥିଲା। ପ୍ରକାଶ ଥାଉ କି ଏଥି ପୂର୍ବରୁ କିଛି ସହର ରେ ମିଳିତ କ୍ରିୟାନୁଷ୍ଠାନ କମିଟି ଦୋକାନ ବଜାର ସକାଳ ୭ ରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ।
