Odisha news

ଜନ ଆଶୀର୍ବାଦ ଯାତ୍ରାରେ ରେଳ ମନ୍ତ୍ରୀ ବୋରିଗୁମ୍ମା ରେ ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା।

ବୋରିଗୁମ୍ମା (କେ.ସାକିଲି ଦୋରା)–ଆଜି କେନ୍ଦ୍ରୀୟ ରେଳ ମନ୍ତ୍ରୀ ଜୟପୁର ଏବଂ ବୋରିଗୁମ୍ମା ଗସ୍ତ କରିଛନ୍ତି।ବୋରିଗୁମ୍ମା ଡିଗ୍ରୀ କଲେଜରେ ଛାତ୍ର ଛାତ୍ରୀ ଏବଂ କମିଟି ସଦସ୍ୟ ରାମଚନ୍ଦ୍ର ପାଢ଼ୀ, ଟୁନା ନାୟକ ,ପି.ଗଣପତି ରାଓ, ଟୁଟୁ ସାହୁ,ଅଧକ୍ଷ ଚିରଞ୍ଜିବି ପଟନାୟକ ପ୍ରମୁଖ ରେଳ ମନ୍ତ୍ରୀ  ଅଶ୍ୱିନୀ ବୌଷ୍ଣବ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ପରେ ବୋରିଗୁମ୍ମା ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ରୋଡ଼ ଶୋ ରେ ବୋରିଗୁମ୍ମା ମୁଖ୍ୟ ରାସ୍ତାରେ ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଶହ ଶହ ବିଜେପି କର୍ମୀ ସାମିଲ ହୋଇଥିଲେ।ଏହି ଜନ ଆଶୀର୍ବାଦ ଯାତ୍ରା ରେ ବୋରିଗୁମ୍ମା ମଣ୍ଡଳ ସଭାପତି ରାଜ ସିଂ, ଯୁବମୋର୍ଚା ବିଘ୍ନ ଷଡ଼ଙ୍ଗୀ,ସରୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।୨୧୨ ସଂସଦୀୟ କ୍ଷେତ୍ରରେ ଦେଶର ୧୧୪ ଦିନର ଯାତ୍ରା ଚାଲିବ।ବିଜେପି କେନ୍ଦ୍ର ମନ୍ତ୍ରୀ ଙ୍କ ଏହି ଜନ ଆଶୀର୍ବାଦ ଯାତ୍ରାରେ ଦେଶର କୋଣ ଅନୁକୋଣରେ କେନ୍ଦ୍ରୀୟ ଯୋଜନାକୁ ତଦାରଖ କରିବେ।କୋରାପୁଟ ଶାବର ଶ୍ର କ୍ଷେତ୍ର ଦର୍ଶନ କରି ଜୟପୁର ଏବଂ ବୋରିଗୁମ୍ମା ଗସ୍ତ କରିଛନ୍ତି।ଲୋକଙ୍କ ଆଶୀର୍ବାଦ ନେବା ପାଇଁ ଏହି ଯାତ୍ରା ଆରମ୍ଭ କରିଥିବା ମନ୍ତ୍ରୀ କହିଛନ୍ତି।

Comments are closed.