Odisha news

ବୋରିଗୁମ୍ମା ରେ ସମସ୍ତେ ଗାନ କଲେ ବନ୍ଦେ ଉତ୍କଳ ଜନନୀ।

0

ବୋରିଗୁମ୍ମା (K.sakil Dora)—ମହାମାରୀ କରୋନା ଭାଇରସ କୁ ମୁକାବିଲା କରିବା ପାଇଁ ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ,ପୋଲିସ, ଗଣ ମାଧ୍ୟମ, ସଫେଇ କର୍ମଚାରୀ ସହ ଅନ୍ୟମାନେ ଲାଗିପଡିଛନ୍ତି। ଓଡ଼ିଶାରେ କରୋନା ଭାଇରସ ର ସଫଳ ମୁକାବିଲା କରୋନା ଯୋଦ୍ଧା ମାନେ କରୁଛନ୍ତି। ସେହି କରୋନା ଯୋଦ୍ଧା ମାନଙ୍କ ପାଇଁ ଶନିବାର ସନ୍ଧ୍ୟା ୫.୩୦ ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀ କୁ ନିବେଦନ କରିଥିଲେ। ବନ୍ଦେ ଉତ୍କଳ ଜନନୀ ହେଉଛି ଓଡ଼ିଶାର ସ୍ୱାଭିମାନ, ଓଡ଼ିଶାର ପ୍ରତୀକ।

ଏଣୁ ବନ୍ଦେ ଉତ୍କଳ ଜନନୀ ଗାଇ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରିବା। ଆଜି ବୋରିଗୁମ୍ମା ରେ ଥାନା ସମ୍ମୁଖରେ ରେ ସମସ୍ତେ ୫.୩୦ ରେ ବନ୍ଦେ ଉତ୍କଳ ଜନନୀ ଗାଁ କରିଥିଲେ। ବ୍ଲକ ପ୍ରଶାସନ, ସ୍ଵାସ୍ଥ୍ୟ କର୍ମୀ, ପୋଲିସ, ଅଙ୍ଗନବାଡି କର୍ମୀ ଓ ଅନ୍ୟାନ୍ୟ ବିଭାଗ ର କର୍ମଚାରୀ ମାନଙ୍କ ସହ ଜନସାଧାରଣ ସାମିଲ ହୋଇଥିଲେ। ୧୦ ମିନିଟ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏହି ସମୟରେ ବ୍ଲକ ବିଡିଓ ପ୍ରଣୟ ରଂଜନ ବେହେରା, ତହସିଲଦାର ସଞ୍ଜୀବ କୁମାର ସାହୁ, ପୋଲିସ ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ, ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ମେଡ଼ିକାଲ ଅଧିକାରୀ ଡ଼.ରାଜାରାମ ସ୍ବାଇଁ, ସି ଡ଼ି ପି ଓ ପ୍ରତିମା ରାଉଳ ,ବିବେକାନନ୍ଦ ପଟନାୟକ, କେଶବ ପଣ୍ଡା, ବୁଲୁ ପ୍ରଧାନ, ଏଲ.ନାରାୟଣ ରାଓ, ପ୍ରେସ କ୍ଲବ ସଭାପତି ବିଜୟ ନାରାୟଣ ସାହୁ ,ବ୍ଲକ ଅଧକ୍ଷା ବିମଳା ଚାଲାଣ, ସରପଞ୍ଚ ଚନ୍ଦ୍ରିକା ଯାନୀ, ମନୋଜ ପଣ୍ଡା, ବିଟୁ ପଣ୍ଡା ଓ ଅନ୍ୟମାନେ ଯୋଗ ଦେଇଥିଲେ

Nalco

Leave A Reply