Odisha news

ଭାରତର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ଶଙ୍କର ମହାଦେବନ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଂଗୀତ

0

ଭୁବନେଶ୍ୱର: ଭାରତର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ଶଙ୍କର ମହାଦେବନ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଂଗୀତ। କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ସଂଗୀତ ଗାଇଛନ୍ତି ଆଶା ଓ ଶଙ୍କର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏସାନ୍ ଲୟ।

ଆଶା ଏହାକୁ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଛନ୍ତି “ ମୁଁ ଗାଇଥିବା ସୁନ୍ଦର ବନ୍ଦେ ଉକ୍ତଳ ଜନନୀ ସଂଗୀତ। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୟ। ଦିନରାତି କରୋନା ସହିତ ଲଢ଼େଇ କରୁଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗିକୃତ ହୋଇଥିବା ଏହି ସଂଗୀତକୁ ଆସନ୍ତୁ ସମସ୍ତ ଓଡ଼ିଆଙ୍କ ସହିତ ମିଶି ସନ୍ଧ୍ୟା ୫.୩୦ରେ ଗାଇବା।”

ashabhosle

@ashabhosle

https://youtu.be/N9S7Xipv88Q  The full version of Odishas anthem “Bande Utkal Janani” can be viewed here. Though the language is Odiya, the emotions are Indian. We support our Covid Warriors no matter which language they speak. Jail Hind 🇮🇳

134 people are talking about this
ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ଯଦିଓ ଏହା ଓଡ଼ିଆ ଭାଷାରେ ହୋଇଛି, କିନ୍ତୁ ସାରା ଭାରତର ଅନ୍ତରଆତ୍ମା ଏଥିରେ ଯୋଡ଼ି ହୋଇ ରହିଛି। ସେ ଯେଉଁ ଭାଷାରେ ବି ହେଉ ଆମେ ଆମର କୋଭିଡ୍‌ ଯୋଦ୍ଧାଙ୍କୁ ସମର୍ଥନ କରୁଛୁ ବୋଲି ଲେଖିଛନ୍ତି ଆଶା। ଏଥିସହିତ ଶଙ୍କର ମହାଦେବନ ମଧ୍ୟ ଆଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌କୁ ରି-ଟ୍ୱିଟ୍ କରିବା ସହିତ ସେ ନିଜେ ବି ଏହାକୁ ଟ୍ୱିଟ୍‌ କରିଛନ୍ତି।

Shankar Mahadevan

@Shankar_Live

Bandey Utkala Janani , truly enjoyed recreating this Odia anthem , beautifully sung by @ashabhosle tai and me produced by @nilamadhabpanda , a tribute to all the covid warriors 🙏 let’s come together at 5:30 pm and sing to honour them @Naveen_Odisha @ShankarEhsanLoy

Embedded video

Nalco

Leave A Reply