ରଣପୁର/୩୦/୦୫-ରାଜ୍ୟ ସରକାରଙ୍କ ନିଦେ୍ର୍ଧଶକ୍ରମେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଓ ଉସôାହିତ କରିବା ପାଇଁ ମେ ୩୦ ତାରିଖ ସଂଧ୍ୟା ୫.୩୦ମିନିଟ୍ ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ପାଇଁ କୁହାଯାଇଥିବା ବେଳେ ଶନିବାର ସଂଧ୍ୟା ୫.୩୦ମିନିଟ୍ ସମୟରେ ରଣପୁର ପଂଚୁଦୋଳ ପଡିଆସ୍ଥିତ ସହୀଦ ରଘୁ-ଦିବାକର ମଣ୍ଡପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।
ଏହି ଅବସରରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରଣପୁର ଆଇ.ଆଇ.ସି ରଶ୍ମିରଂଜନ ଦାଶଙ୍କ ସହିତ ସମସ୍ତ ପୋଲିସ୍ ବାହିନୀ, ଏନ୍.ଏ.ସି ଚେୟାରମ୍ୟାନ୍ ସବିତା ଦାସ, ଭାଇସ୍ ଚେୟାରମ୍ୟାନ ପ୍ରିୟବ୍ରତ ପ୍ରହରାଜ, ପୁର୍ବତନ ବ୍ଲକ୍ ଚେୟାରମ୍ୟାନ୍ ଦେବାଶିଷ ପଟ୍ଟନାୟକ, ରଣପୁର ର ସମସ୍ତ ସାମ୍ବାଦିକଙ୍କ ସହ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଜନ ସାଧାରଣ ଯୋଗଦାନ କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ରଘୁ-ଦିବାକର ଅମର ରହେ ସ୍ଲୋଗାନ ଦେଇଥିଲେ ଏବଂ କରୋନା ହଟିବ ଓଡିଶା ଜିତିବ ବୋଲି ବିଧାୟକ ସତ୍ୟନାରାୟଣ ପ୍ରଧାନ ନିଜ ସ୍ଲୋଗାନ ଦେବା ସହ ସମସ୍ତେ ଏକଜୁଟ ହୋଇ କିଭଳି କରୋନାକୁ ହଟାଇବା ଏବଂ ସାମାଜିକ ଦୁରତାକୁ ମାନି ସମସ୍ତେ ଏକମନ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।