ବୋରିଗୁମ୍ମା (କେ.ସାକିଲି ଦୋରା)—-ବୋରିଗୁମ୍ମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଜଗନ୍ନାଥ ମନ୍ଦିର ର ନୂତନ ପରିଚାଳନା କମିଟି ଗଠନ ପାଇଁ ଆଲୋଚନା ହୋଇଥିଲା। ସର୍ବସମ୍ମତି କ୍ରମେ ଜଗନ୍ନାଥ ମନ୍ଦିର ର ନୂତନ ପରିଚାଳନା କମିଟି ଗଠନ ର ସଭାପତି ଭାବେ କେ.ନାଗରାଜ ଦୋରା ଙ୍କୁ ମନୋନୀତ କରାଯାଇଥିଲା।ସେହିଭଳି ଉପ ସଭାପତି ଭାବେ ଗୁପ୍ତ ପ୍ରସାଦ ଗନ୍ତାୟତ ଓ ପି.ଜଗଦିଶ୍ୱର ଙ୍କୁ ମନୋନୀତ କରାଯାଇଛି। ସମ୍ପାଦକ ଭାବେ ପି.ଗଣପତି ରାଓ ଓ ସହ- ସମ୍ପାଦକ ଭାବେ ପ୍ରଦୀପ କୁମାର ରଥ ଓ ସୁଜିତ କୁମାର ଦାସ ଙ୍କୁ ମନୋନୀତ କରାଯାଇଛି। ସେହିଭଳି କୋଷାଧ୍ୟକ୍ଷ ଭାବେ ଗୌରୀ ବେହେରା ଙ୍କୁ ମନୋନୀତ କରାଯାଇଛି। ନୂତନ କମିଟି ରେ ପାଞ୍ଚ ଜଣ ଉପଦେଷ୍ଟା ଭାବେ କମିଟି ଚୟନ କରିଛନ୍ତି। ସେମାନେ ହେଲେ ରାମଚନ୍ଦ୍ର ପାଢ଼ୀ, ଅନ୍ତର୍ଯ୍ୟାମୀ ରଥ, ସଦାଶିବ ରଥ, ବି.ତାତାଜୀ, କୃଷ୍ଣ ପ୍ରସାଦ ଦୋରା।ଏତଦ ବ୍ୟତୀତ ୨୦ ଜଣ କାର୍ଯ୍ୟକାରୀ ସଭ୍ୟ ଙ୍କୁ ମନୋନୀତ କରାଯାଇଛି।ସେମାନେ ହେଉଛନ୍ତି ଏ.ସନ୍ତୋଷ କୁମାର ଦୋରା, ପରୀକ୍ଷିତ ପଟ୍ଟନାୟକ, ମକରଦ୍ବଜ ବାଣୁଆ, ପ୍ରଫୁଲ୍ଲ କୁମାର ଦଣ୍ଡସେନା,କାଳୀ ଚରଣ ପଡାଲ, କେ.କେଶବ ରାଓ,ସୁଶୀଲ ମହାନ୍ତି, ବିନାୟକ ପାଢ଼ୀ, ସତ୍ୟନାରାୟଣ ଭଟ୍ଟ, ରଜତ ପଣ୍ଡା, ବିଘନେଶ୍ୱର ଷଡ଼ଙ୍ଗୀ, ବାପି ପାଣିଗ୍ରାହୀ, ଜଗଦୀଶ ମହାରଣା, ପ୍ରସାଦ ସାହୁ,ଏଲ.ନାରାୟଣ ରାଓ,କେ.ସୁଧାକର, ଉମା ଶଙ୍କର ପାତ୍ର, ସୁବାସ ନାୟକ,ନିରଞ୍ଜନ ପ୍ରଧାନ ଓ ସନ୍ତୋଷ ପଟ୍ଟନାୟକ।ଆଜି ଠାରୁ ଜଗନ୍ନାଥ ମନ୍ଦିର ର ନୂତନ ପରିଚାଳନା କମିଟି କାର୍ଯ୍ୟକାରୀ କରିବ ବୋଲି ସୂଚନା ମିଳିଛି।
Comments are closed.