Odisha news

ରାୟଗଡ଼ା ଜିଲ୍ଲା କୁ ସୀମାନ୍ତ ଚିନ୍ତା :ଜିଲ୍ଲାରୁ ହଜାର ହଜାର ଶ୍ରମିକ ଆନ୍ଧ୍ର ପ୍ରଦେଶ ସହ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଜିଲ୍ଲାକୁ ବିପତି ଆଣିଦେବ

0

ରାୟଗଡା,୨୫ ।୪(Rabindra patkhandal)- ରାୟଗଡ଼ା ଜିଲ୍ଲାର ସୀମାନ୍ତକୁ ଲାଗି ରହିଥିବା ଆନ୍ଧ୍ର ପ୍ରଦେଶ ନେଇ ଏବେ ଚିନ୍ତା ବଢିଯାଇଛି । ଜିଲ୍ଲାରୁ ହଜାର ହଜାର ଶ୍ରମିକ ଆନ୍ଧ୍ର ପ୍ରଦେଶ ସହ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କର ଲେଉଟାଣି ଏବେ ଜିଲ୍ଲାକୁ ବିପତି ଆଣିଦେବ ବୋଲି ଲୋକେ ଆଶା ଓ ଆଶଙ୍କା ଭିତରେ ଜୀବନଯାପନ କରୁଛନ୍ତି । ପ୍ରଶାସନ ପ୍ରବେଶ ଦ୍ୱାରକୁ ବନ୍ଦ କରିଦେଇଥିବା ବେଳେ ସୀମାକୁ ଲାଗିରହିଥିବା ଛୋଟ ଛୋଟ ଗାଁ ଦେଇ ଏହି ଦାଦନ ଶ୍ରମିକ ମାନେ ରାତିର ଅନ୍ଧାରେ ଜିଲ୍ଲା ଭିତରେ ପ୍ରବେଶ କରୁଛନ୍ତି । ଏବଂ ରାତି ଭିତରେ ନିଜ ଗାଁକୁ ପହଞ୍ଚିବା ପାଇଁ ଅପ୍ରାଣ ଉଦ୍ଧ୍ୟମ କରୁଛନ୍ତି । ଦକ୍ଷିଣ ଭାରତରେ କରୋନାର ସ୍ଥିତି ଉଦ୍‌ବେଗ ଜନକ ରହିଥିବା ବେଳେ ସେଠାରୁ ଦାଦନ ଖଟି ଫେରୁଥିବା ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ରହିଥାଏ ପାରେ ବୋଲି ଏବେ ଜିଲ୍ଲାବାସୀଙ୍କ ନିଦ ହଜିଯାଇଛି ।
ରାୟଗଡ଼ାର ସୀମାକୁ ଲାଗିରହିଛି ଆନ୍ଧ୍ର ପ୍ରଦେଶ । ସହର ଠାରୁ ମାତ୍ର ୨୨ କିଲୋମିଟର ଦୂରରେ କେରେଡ଼ା ନାମକ ସୀମାନ୍ତ ଫାଠକ ରହିଛି । ତେବେ ସୀମାନ୍ତ କେରେଡ଼ା ସାଂଗକୁ ଜିଲ୍ଲାର ରାମନାଗୁଡ଼ା ନିକଟରେ ଥିବା କାଟିକି କେଦାରପୁର ଗ୍ରାମ ଏବଂ ଗୁଣପୁର ଉପଖଣ୍ଡ ବାତିଲି, ଗଟଳପଦର ଏବଂ ଗୁଣପୁର ଗଜପତି ସୀମାନ୍ତରେ ପୋଲିସ ନିଜର ଢେରାପକାଇ ସମସ୍ତ ଯାନବାହାନ ସହିତ ଯାତାୟତ ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । କିନ୍ତୁ ନିଜଘରକୁ ଫେରିଆସିବା ବ୍ୟାକୁଳତା ରାୟଗଡ଼ା ଜିଲ୍ଲାରୁ ଯାଇଥିବା ଶ୍ରମିକ ମାନଙ୍କ ପାଖରେ ବ୍ୟାପକ ପରିମାଣରେ ପରିଲିଖିତହୋଇଛି । ଆଉ ସେମାନେ ସୀମାନ୍ତରେ ଥିବା ଆନ୍ଧ୍ର ପ୍ରଦେଶର ବିଭିନ୍ନ ଛୋଟ ଛୋଟ ଗାଁରେ ଦିନତମାମ ରହିବା ପରେ ରାତିରେ ସୀମା ପାରହୋଇ ଜିଲ୍ଲା ମଧ୍ୟକୁ ପ୍ରବେଶ କରୁଛନ୍ତି । ତେବେ ଏହି ଛୋଟଛୋଟ ଗାଁ ଗଳାବାଟ ପାଲଟିଛି । ଠିକ ସେହିପରି ସୀମାନ୍ତ କେରେଡ଼ା ଫାଠକରେ ଦୈନିକ ୩ ଶହରୁ ଉର୍ଦ୍ଦ ଯାନବାହାନ ଗୁଡ଼ିକୁ ଟିକନିଖ ତନଖି କରାଯାଇ ଯିବାପାଇଁ ଅନୁମତି ଦିଆଯାଉଛି । ତେବେ ଲକ ଡ଼ାଉନ ପାଇଁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ବନ୍ଦ ଥିବାବେଳେ ଆନ୍ଧ୍ର ଓଡ଼ିଶା ସୀମାରେ ଥିବା ରେଳପଥ ଦାଦନଙ୍କ ପାଇଁ ଗଳାବାଟ ହୋଇଯାଇଛି । ଏହ ଜିଲାର ଲୋକେ ପେଟକୁ ଦାନା ଦେହକୁ କନା ନପାଇବାରୁ ଆନ୍ଧ୍ର ପ୍ରଦେଶ, ତାମିଲିନାଡ଼ୁ ଏବଂ କେରଳ ଯାଉଛନ୍ତ କାମକରିବା ପାଇଁ ସେଠାରେ ମଧ୍ୟ ଏହି ଓଡ଼ିଆ ଶ୍ରମିକଙ୍କ ଚାହିଦା ରହିଛି । କାରଣ ଅନ୍ୟ ରାଜ୍ୟରେ କାମକଲେ ଦୈନିକ ୪ ଶହରୁ ୫ ଶହଟଙ୍କା ମିଳୁଥିବା ବେଳେ ଏଠାରେ କାମକଲେ ଦୈନିକ ୧୫୦ରୁ ୨୦୦ଟଙ୍କା ଯାଏଁ ମିଳିଥାଏ ତେଣୁ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଯାଆନ୍ତି । ବର୍ତ୍ତମାନ ରାଜ୍ୟ ସରକାର ଘଷୋଣା କରିଛନ୍ତି ଯେ ରାଜ୍ୟ ବାହାରରୁ ଆସିବା ଶ୍ରମିକଙ୍କୁ ୨ହଜାର ଟଙ୍କା ମିଳିବ । ଏହା ଶୁଣିବା ମାତ୍ରେ ପ୍ରତି ଗାଁରୁ ଯାଇଥିବା ଶ୍ରମିକ ଫେରିବା ପାଇଁ ବ୍ୟାକୁଳ ହୋଇ ଚାଲିଆସିବା ପାଇଁ ପଛାଉ ନାହାନ୍ତି । କିନ୍ତୁ କରୋନା ରୋଗୀ ସଂଖ୍ୟା କେଳର ରାଜ୍ୟରେ ୪୫୦, ତାମିଳିନାଢୁରେ ୧୭୫୫ ଏବଂ ପୋଢଶୀ ଆନ୍ଧ୍ର ପ୍ରଦେଶରେ ୧୦୧୬ ଛୁଇଁଥିବା ବେଳେ ପ୍ରତିଦିନ ଗଳାବାଟ ଦେଇ ଆସୁଥିବା ଶ୍ରମିକଙ୍କୁ ନେଇ ଏଠାକାର ଲୋକଙ୍କୁ ଚିନ୍ତା ବଡ଼ି ଯାଇଛି ।

Leave A Reply