Odisha news

କରୋନା ମହାମାରୀ ସମୟରେ ଜନସେବା ନିମନ୍ତେ ସହାୟତାର ହାତ ବଢାଇଲା ସ୍ୱାମୀ ଦିବ୍ୟାନନ୍ଦଙ୍କ ଆଧ୍ୟାମିôକ ବିଦ୍ୟାପୀଠ

0

ଭୁବନେଶ୍ୱର, ୨୫ ଅପ୍ରେଲ, ୨୦୨୦- ସମଗ୍ର ବିଶ୍ୱରେ କୋଭିଡ଼-୧୯ ବା କରୋନା ମହାମାରୀରୂପ ନେଇଥିବା ବେଳେ,ଏହାର କଡ଼ାମୁକାବିଲା କରିବା ପାଇଁ ସମଗ୍ର ଦେଶ ତଥା ଆମ ରାଜ୍ୟ ଓଡ଼ିଶା ଦୃଢତାର ସହ ଆଗେଇ ଚାଲିଛି । ଓଡ଼ିଶାସରକାର ବିଭିନ୍ନ ଅନୁଷ୍ଠାନ ସହ ଅନୁବନ୍ଧିତ ହୋଇଏହି ବିଶ୍ୱମହାମାରୀକୁ ଜିତିବା ପାଇଁ ତିଳେହେଲେ ଅବହେଳା କରୁନାହାନ୍ତି । ପ୍ରତିଟି ସମୟରେ, ଜନତାଙ୍କ ସୁରକ୍ଷା ଓ ସେବା ଉଦେ୍ଦଶ୍ୟରେ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ସମାଜରେ କାର୍ଯ୍ୟକରୁଥିବା ବିଭିନ୍ନ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଅନୁଷ୍ଠାନ ତଥା ମାନବ ସେବାହିଁ ମାଧବ ସେବା ମନ୍ତ୍ରରେ ଅନୁପ୍ରାଣିତଏବଂ ପ୍ରତିବଦ୍ଧ ହୋଇ ସ୍ୱାମୀ ଦିବ୍ୟାନନ୍ଦଙ୍କ ଆଧ୍ୟାମିôକ ବିଦ୍ୟା ପୀଠ ପକ୍ଷରୁ ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ ସେବା କାର୍ଯ୍ୟ ହାତକୁ ନିଆଯାଇଛି । ଏହି କ୍ରମରେ ଏକ ଅନନ୍ୟ ଚିନ୍ତାଧାରା ନେଇ କ୍ଷୁଧାର୍ତ୍ତ ମଣିଷଙ୍କଠାରୁ ଆରମ୍ଭ କରି କଥା କହି ଜାଣି ନଥିବା ପ୍ରାଣୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସ୍ପିରିଚୁଆଲଏକାଡେମୀ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଛି । ସରକାରୀ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନର ସହାୟତାରେ ପ୍ରଥମେ ଭୁବନେଶ୍ୱରର ଏକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣମଧ୍ୟରେ ଥିବା ମାଙ୍କଡ଼ମାନଙ୍କୁ ସ୍ପିରିଚୁଆଲ ଏକାଡେମୀର ଶତାଧିକ ସେବା ଦଳ ଆହାର ଯୋଗାଇ ଦେଇଥିଲେ । ଏହି ଅନୁଷ୍ଠାନର ଏପରି ନିଆରା ପ୍ରୟାସକୁ ପୁରୀରେ ଥିବା ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଜନତା ପ୍ରଶଂସା କରିବା ସହ ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ଶହଶହ ମାଙ୍କଡ଼ଙ୍କ ନିମନ୍ତେ ସହାୟତା ଲୋଡ଼ିଥିଲେଏବଂ ସ୍ପିରିଚୁଆଲ ଏକାଡେମୀ ପକ୍ଷରୁ ଏଥି ନିମନ୍ତେ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲାା  ପୁରୀ ଓ ଭୁବନେଶ୍ୱର ରେଳଷ୍ଟେସନ ନିକଟରେ ଓଡ଼ିଶା ବାହାରୁ ଆସି କ୍ୟାମ୍ପ କରି ରହୁଥିବା ପ୍ରାୟ ୫୦୦ରୁ ଉଦ୍ଧ୍ୱର୍ ଅସହାୟ କ୍ଷୁଧାର୍ତ୍ତ ଲୋକ ମାନଙ୍କୁ ଗତ କିଛି ଦିନ ହେବ ଦୈନିକ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିଶୁଓ ତାଙ୍କ ମାଆା ସ୍ୱାମୀ ଦିବ୍ୟାନନ୍ଦଙ୍କ ଆଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଗାଇଡ ଲାଇନ ବା ନିଦେ୍ର୍ଦଶ ନାମାକୁ ଅନୁସରଣ କରି ଅନୁଷ୍ଠାନ ଦ୍ୱାରା ଏହି ସେବା ଯୋଗାଇ ଦିଆଯାଉଛି ।
ଏଠାରେ ଉଲ୍ଲେଖ ଯୋଗ୍ୟଯେ, ସ୍ୱାମୀ ଦିବ୍ୟାନନ୍ଦଙ୍କ ସ୍ପିରିଚୁଆଲଏକାଡେମୀ ଯୁବପିଢୀଙ୍କୁ ବେଦ ଜ୍ଞାନ ଶିକ୍ଷା ପ୍ରଦାନ କରି ବାରେ ଏକ ଅନ୍ୟତମ ଅନୁଷ୍ଠାନ । ଭଗବାନ ବିଷ୍ଣୁଙ୍କଠାରେ ଅଗାଢ ବିଶ୍ୱାସ ରଖୁଥିବାଏହି ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ୱାମୀ ଦିବ୍ୟାନନ୍ଦ ଓ ତାଙ୍କ ସେବା ଦଳ  । ଅନୁଷ୍ଠାନ ପକ୍ଷରୁ ସ୍ୱଳ୍ପ ପାଣ୍ଠିରେ ଏପରି ବିପତ୍ତି ସମୟରେ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରା ଯାଉଥିବାରୁ ଆଗାମୀ ଦିନରେ କୈାଣସିସହୃଦୟ ବ୍ୟକ୍ତି ବିଶେଷ ତଥା ସମାଜସେବୀ ଅନୁଷ୍ଠାନ ସହ ଜଡ଼ିତ ହୋଇ ମାନବ ସେବା ନିମନ୍ତେ ସହାୟତାର ହାତ ବଢାଇଲେ ଅନୁଷ୍ଠାନ ପକ୍ଷରୁ ଆହୁରି ଅନେକ ସହାୟତା ପ୍ରଦାନ କରାଯିବାର ଲକ୍ଷ୍ୟର ହିଛି ।

Leave A Reply