ବମ୍ବେ ହାଇ କୋର୍ଟ ଙ୍କ ଆଦେଶ : ଦୁଷ୍କର୍ମ ପୀଡ଼ିତା ଙ୍କୁ ଗର୍ଭ ଧାରଣ ର ୨୯ ସପ୍ତାହ ପରେ ଗର୍ଭ ନଷ୍ଟ କରିବା ପାଇଁ ଦେଲେ ଅନୁମତି
ନୂଆଦିଲ୍ଲୀ : ନିକଟରେ ବମ୍ବେ ହାଇ କୋର୍ଟ ଜଣେ ନାବାଳିକା କୁ ୨୯ ସପ୍ତାହ ର ଗର୍ଭ ନଷ୍ଟ କରିବା ପାଇଁ ଅନୁମତି ଦେଇଛନ୍ତି । ହାଇକୋର୍ଟ ମେଡିକାଲ ଏକପର୍ଟ ମାନଙ୍କର ପ୍ୟାନେଲ ବନାଇ ଥିଲେ । ପ୍ୟାନେଲ ସେପ୍ଟେମ୍ବର ୯ ତାରିଖ ଦିନ ହାଇକୋର୍ଟ ଙ୍କୁ ନିଜର ତଥ୍ୟ ହସ୍ତାନ୍ତର କରିଥିଲେ । ଯେଉଁଥିରେ ପ୍ୟାନେଲ ଦର୍ଶାଇ ଥିଲେ ଯେ ନାବାଳିକା ଜଣଙ୍କ ଗର୍ଭ ଧାରଣ କୁ ନେଇ ଭୟଭୀତ ହୋଇ ଯାଇଛନ୍ତି । ଯଦି ସେ ଏହି ଗର୍ଭ ଧାରଣ କଲେ ତାହା ତାଙ୍କ ମାନସିକ ଚାପ ପକାଇବ ।
୬ମାସ ପୂର୍ବରୁ ଦେଶରେ ୨୪ ସପ୍ତାହର ଗର୍ଭ ଧାରଣ କୁ ଯଦି ନଷ୍ଟ କରାଯାଉଥିଲା ତେବେ ଏହା ଆଇନ ବିରୁଦ୍ଧ ଥିଲା । ଆସନ୍ତୁ ଜାଣିବା ନୂଆ ନିୟମ ରେ କଣ ରହିଛି ।
– ଏହି ଘଟଣାଟି ପାଲଘର ର ଅଟେ , ନାବାଳିକା ଦୁଷ୍କର୍ମ ପୀଡ଼ିତା ଆଡଦ୍ଭୋକେଟ୍ ଏସଲ କିଶୋରଙ୍କ ମାଧ୍ୟମରେ ଗର୍ଭ ନଷ୍ଟ ର ଅନୁମତି ମାଗି ଥିଲେ । ଏହାପରେ ଜଜ୍ ମାନଙ୍କର ଗୋଟିଏ ବେଞ୍ଚ କିଛି ମେଡିକାଲ ଅଫିସର ଙ୍କ ମାଧ୍ୟମରେ ସେପ୍ଟେମ୍ବର ୯ ତାରିଖ ଦିନ ନିଜର ବିବୃତି ହାଇ କୋର୍ଟ ଙ୍କୁ ଅର୍ପଣ କରିଥିଲେ ।
ଏଥିରେ ଦର୍ଷା ଯାଇଥିଲା ଯେ ନାବାଳିକା ଜଣଙ୍କ ଭୟଭୀତ ଅଛନ୍ତି , ଯଦି ସେ ଶିଶୁଟିକୁ ଜନ୍ମ ଦେଲେ ତେବେ ତାଙ୍କର ଅବସ୍ଥା ସଙ୍କଟନୟ ହୋଇପାରେ , ତେଣୁ ତାଙ୍କୁ ଗର୍ଭ ପାତ ପାଇଁ ଅନୁମତି ଦିଆଯାଉ । ଏହାପରେ ହାଇ କୋର୍ଟ ୧୦ ତାରିଖ ଦିନ ଗର୍ଭ ନଷ୍ଟ କରିବା ପାଇଁ ଅନୁମତି ଦେଇଥିଲେ । କୋର୍ଟ ଙ୍କ ପକ୍ଷରୁ ରକ୍ତ ନମୁନା ରଖିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା କାରଣ ଦୋଷୀ ମାନଙ୍କୁ ଦଣ୍ଡ ବିଧାନ କରାଯାଇ ପାରିବ ।
କଣ ରହିଛି ଭାରତୀୟ ଗର୍ଭପାତ ନିୟମ –
୧୯୭୧ ନିୟମ ଅନୁସାରେ ଗର୍ଭ ଧରଣର ୨୪ ସପ୍ତାହ ହୋଇ ଯାଇଥିଲେ ଗର୍ଭପାତ ପାଇଁ ଅନୁମତି ଦିଆ ଯାଇ ନଥାଏ । ଯଦି କୌଣସି ବିଶେଷ କାରଣ ରହିଛି ତେବେ ୨୪ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ଗର୍ଭପାତ କରି ପାରିବେ । ୧୮ ବର୍ଷ ରୁ ଉର୍ଦ୍ଧ ମହିଳା ନିଜ ଇଚ୍ଛା କ୍ରମେ ଗର୍ଭପାତ କରାଇ ପାରିବେ ।
Comments are closed.