ସକାଳୁ ଉଠିବା ଶରୀର ପକ୍ଷରେ ହିତକର । ଯଦି ଆପଣ ସକାଳୁ ଠିକ୍ ସମୟରେ ଉଠୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଶରୀର ଠିକ୍ ରହିବ । ବେଳେବେଳେ ସକାଳୁ ଉଠିବା ଦ୍ଵାରା ଶରୀର ଶକ୍ତିହୀନ ଲାଗିଥାଏ । ତେଣୁ ଏହି ଶକ୍ତି ହୀନତା କୁ ଦୂରେଇବା ପାଇଁ କିସମିସ ଖାଇବା ଗୋଟିଏ ଭଲ ବ୍ୟତିକ୍ରମ ବୋଲି ବିଶେଷଜ୍ଞ ମାନଙ୍କ ମତ ଅଟେ ।
ସକାଳ ସମୟରେ କଣ ପାଇଁ ଖାଇବା ଆବଶ୍ୟକ କିସମିସ –
* ପୋଷାକ ତତ୍ତ୍ଵ ରେ ଭରପୁର ଅଟେ କିସମିସ – କିସମିସ ଶକ୍ତିର ଭଣ୍ଡାର । ଏଥିରେ ଭିଟାମିନ ବି ସି , ଆଇରନ ଓ ପୋଟାସିୟମ , କ୍ୟାଲସିୟମ , ଫାଇବର ଇତ୍ୟାଦି ରେ ଭରପୁର ଅଟେ ।
* ଶରୀରକୁ ସକାଳ ର ଜଳଖିଆ ଭଳି ଶକ୍ତି ଦେଇଥାଏ କିସମିସ – କିସମିସ ସକାଳ ର ଭୋକ କୁ ଦୂରେଇ ରଖିଥାଏ । ସକାଳ ର ବତୁରା କିସମିସ ଶରୀରକୁ ସତେଜ ରଖିଥାଏ ।
* ବତୁରା ଯାଇଥିବା କିସମିସ ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ – ଆପଣ ଯଦି ରାତିରେ କିଛି କିସମିସ ପାଣିରେ ବତୁରାଇ ରଖି ସକାଳୁ ତାହାକୁ ଖାଉଛନ୍ତି ତେବେ ଏହା ଆପଣଙ୍କ ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ । କାରଣ କିସମିସ ରେ ପୋଟା ସୀୟମ ରହିଥାଏ ।
* ପେଟ ସୁସ୍ଥ ରୁହେ – କିସମିସ ରେ ଫାଇବର ରହିଥିବା କାରଣରୁ ଏହାକୁ ଆପଣ ରାତିରେ ପାଣିରେ ବତୁରାଇ ସକାଳୁ ଖାଇବା ଦ୍ବାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ଓ ପେଟ ସଫା ରୁହେ ।
* ରକ୍ତ ହୀନତା କୁ ଠିକ୍ କରେ – ସକାଳୁ ଖାଲି ପେଟରେ କିସମିସ ଖାଇବା ଦ୍ବାରା ରକ୍ତ ହୀନତା ଠିକ୍ ହୋଇଥାଏ । ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ।
Comments are closed.