Odisha news

ଅଙ୍ଗନବାଡି କେନ୍ଦ୍ର ବାରଣ୍ଡାରେ ବିତୁଛି ନିରାଶ୍ରୟ ନିର୍ମଳାର ଜୀବନ

0

ବୋଲଗଡ଼ : ବୋଲଗଡ ବ୍ଲକ ଆରିକମା ପଞ୍ଚାୟତ କୋଟସିଂଙ୍ଗା ଗ୍ରାମର ଜଣେ ବିଧବା ମହିଳା ଓ ଭେଣ୍ଡିଆ ପୁଅ ସନ୍ତୋଷ(୧୮)କୁ ଧରି ନିରାଶ୍ରିତ ଭାବେ ଜୀବନ ବିତାଉଛନ୍ତି ଗାଁରେ ଶେଷମୁଣ୍ଡରେ ଥିବା ଅଙ୍ଗନବାଡିକେନ୍ଦ୍ରବାରଣ୍ଡାରେ । ଜଣେ ନିରାଶ୍ରିତର ପରିଚୟ ନେଇ ଜୀବନ ସଂଗ୍ରାମରେ ଜିତିବାପାଇଁ ରାହା ଖୋଜୁଛନ୍ତି । ତେଣୁ ଜଣେ କେହି ସ୍ୱଚକ୍ଷୁ୍ୟରେ ନଦେଖିଲେ ଏହାକୁ ବିଶ୍ୱାସ କରିପାରିବ ନାହିଁ ।
ସୂଚନାରୁ ଜଣାପଡିଛି ,କୋଟସିଙ୍ଗା ଗ୍ରାମର ପରମାନନ୍ଦ ସାହୁ ଜଣେ ଦିନ ମଜୁରିଆ ହୋଇଥିଲେ ହେଁ ଏଇ ବର୍ଷ କେଇଟା ପୂର୍ବରୁ ଦରିଦ୍ରର କଷାଘାତରେ ପେଷି ହୋଇ ଆରପାରିକୁ ଚାଲିଗଲେଣି । କେବଳ ନିଜର ସନ୍ତକ ଭାବେ ଛାଡିଯାଇଛନ୍ତି ପତ୍ନି ନିର୍ମଳା ଓ ପୁଅ ସନ୍ତୋଷକୁ । ଅଦ୍ୟାବଧି ବିଧବା ମହିଳା ନିର୍ମଳା ସରକାରଙ୍କ ଖାଦ୍ୟ ଯୋଜନାରେ ମା ଓ ପୁଅକୁ ମିଳୁଛି କେବଳ ୧୦କେଜି ଚାଉଳ ।

ଯାହା ସେମାନଙ୍କୁ ଚଳିବା ନିମନ୍ତେ ସମୁଦ୍ରକୁ ଶଙ୍ଖେ । ସେହି ଚାଉଳ ଗଣ୍ଡିକ ପାଇ ମା ଓ ପୁଅ ଢୋକେ ପିଇ ଦଣ୍ଡେ ଜିଇ କାଳାତିପାତ କରୁଛନ୍ତି । ମାତ୍ର ସ୍ୱାମୀ ପରମାନନ୍ଦ ଚାଲିଯିବାପରେ ନିଜ ଚାଳଘର ଖଣ୍ଡିକ ଛପର କରିବାକୁ ପାଖରେ ନାହିଁ ସମ୍ବଳ । ସ୍ୱାମୀ ଚାଲିଯିବା ପରେ ଘଖଣ୍ଡିକ ଭାଙ୍ଗି ରୁଜି ଯିବାରୁ ଚାଳ ଉପରେ ଜରିପାଲ ଖଣ୍ଡେ ଘୋଡାଇ ସେହି ଘରେ ଆଶ୍ରୟ ନେଉଥିଲେ ମା ଓ ପୁଅ । ମାତ୍ର ଅଦ୍ୟାବଧି ସେହି ଘରେ ମଣିଷ ରହିବା ସମ୍ପୁର୍ଣ୍ଣ ଅନୁପଯୋଗୀ ହେବାରୁ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର ବାରଣ୍ଡାରେ ସେମାନେ ଆଶ୍ରୟ ନେଇଛନ୍ତି । ଚାଳ ଛପର ଘରର କାନଯଥ ଭାଙ୍ଗିଯାଇ ଘରଟି ଭୂମୀକୁ ସ୍ପର୍ସ କରୁଥିବାରୁ ସେହି ଘରେ ଘାସ ,ଲତା ଇତ୍ୟାଦି ଗୁଳ୍ମ ଜାତୀୟ ଲତା ବୃଦ୍ଧିପାଇ ସରୀସୃପ ମାନଙ୍କର ରହିବା ନିମନ୍ତେ ଆଡାସ୍ଥଳି ପାଲଟିଛି । ବର୍ଷା ହେଲେ ସେହି ଘରେ ଏକ ପୋଖରିର ଭ୍ରମ ସୃଷ୍ଟି ହେଉଛି ।

ଅପରପକ୍ଷେ ରାଜ୍ୟରେ ମହାମାରୀ କରୋନା ବୃଦ୍ଧିପାଉଥିବାରୁ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ଥିବାରୁ ମା ଓ ପୁଅ ସେହି ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଯେବେ ଏହି ସ୍କୁଲ ଓ କେନ୍ଦ୍ର ଗୁଡିକ ଖୋଲିବ ସେତେବେଳେ ମା ଓ ପୁଅ କେଉଁଠାରେ ଆଶ୍ରୟ ନେବେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ବିଜୁ ପକ୍କାଘର ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ନିର୍ମଳା ସାହୁଙ୍କୁ କୈାଣସି ଯୋଜନାରେ ସାମିଲ କରାନଯିବା ଦୁଃଖ ଓ ପରିତାପର ବିଷୟ । ସରକାରଙ୍କ ଏହି ଯୋଜନା କେଉଁବର୍ଗର ବ୍ୟକ୍ତିଙ୍କପାଇଁ ଉଦିଷ୍ଟ ବୋଲି ସ୍ଥାନୀୟ ଅଞ୍ଚଳରେ ଭୃକୃଞ୍ଜନ ସୃଷ୍ଟି କରୁଛି । ଏ ନିମନ୍ତେ ରାଜନେତା ହୁଅନ୍ତୁ କିମ୍ବା ବ୍ଲକ ପ୍ରଶାସନ ହେଉ କେଉଁମାନଙ୍କର ଇଛାଶକ୍ତିର ଅଭାବହେତୁ ନିର୍ମଳା ସାହୁ ଖଣ୍ଡିଏ ପକ୍କାଘର ପାଇବାରୁ ବଞ୍ଚିତ ତାହା ଏବେ ମୁଖ୍ୟ ଆଲୋଚ୍ୟ ବିଷୟବସ୍ତୁ ଭାବେ ଉଭା ହୋଇଛି ।

ନିର୍ମଳା ସାହୁ କ୍ଷେତ୍ରରେ ଏହି ଯୋଜନା ଧର୍ମକୁ ଆଖୀଠାର ପରି ସ୍ପଷ୍ଟ ବାରିହୋଇ ଜଣାପଡୁଛି । ସମ୍ପର୍କରେ ଆମପ୍ରତିନିଧି ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରେ ନିର୍ମଳାର ପକ୍କାବାସଗୃହ ନିହାତି ଆବଶ୍ୟକ ଥିବାରେ ବୋଲଗଡ ବିଡିଓ ଓ ତହସିଲଦାରଙ୍କୁ ଅବଗତ କରାଇଯାଇଥିଲେ ମଧ୍ୟ ଏହାର ସୁଫଳ ମିଳିନାହିଁ ବୋଲି କହିଥିଲେ ।ତେଣୁ ପ୍ରଶାସନ ଏହି ନିରୀହ ବିଧବା ମହିଳାଙ୍କୁ ଖଣ୍ଡିଏ ପକ୍କାଘର ତୁରନ୍ତ ଯୋଗାଇଦେବା ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି ।

Leave A Reply