ବୋଲଗଡ : ମହାମାରୀ କରୋନାର ଭୟାବହତା ସରା ବିଶ୍ୱରେ ତାଣ୍ଡବ ରଚୁଥିବାବେଳେ ଓଡିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାର ସଠିକ୍ ନିଦାନ ଅଦ୍ୟାବଧି ବାହାରି ନଥିବାବେଳେ ପ୍ରତିଶେଧକ ବ୍ୟବସ୍ଥା ସ୍ୱରୁପ ଦିର୍ଘ ୨ମାସରୁ ଉର୍ଦ୍ଧ ଧରି ଲକ୍ଡାଉନ ସମୟ ଚାଲିଛି । ଏଥିପାଇଁ ଜନସାଧାରଣ ଘରୁ ସର୍ବଦା ନବାହାରିବା, ମୁଁହରେ ମୁଖା ବାନ୍ଧିବା,କୈାଣସି ବଜାର ଘାଟ, କାର୍ଯ୍ୟାଳୟକୁ ଯାଇ ୬ଫୁଟ ଦୂରତାରେ ରହି କାର୍ଯ୍ୟକରିବା,ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜରରେ ସଫା କରିବା ନିୟମ କଡାକଡି ଲାଗୁ ହୋଇଥିବାବେଳେ ଏହାକୁ ବୋଲଗଡ ଅଞ୍ଚଳର ମାନୁନଥିବାଦେଖିବାକୁ ମିଳିଛି ।
ବିଶେଷକରି ବୋଲଗଡରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ,ଭୀମପଡାସ୍ଥ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ,ମାଣିକାଗୋଡା ୟୁକୋ ବ୍ୟାଙ୍କ ,ତାଳତୁମ୍ବର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଋଣ ନେବାପାଇଁ ଜମାହେଉଛନ୍ତି । ସେମାନେ ମୁହଁରେ କୈାଣସି ମାସ୍କ ପିନ୍ଧୁ ନାହାଁନ୍ତି କି ସାମଜିକ ଦୂରତା ରକ୍ଷା କରି ଠିଆ ହେଉନାହାଁନ୍ତି ।
ଯାହାଫଳରେ କରୋନା ରୋଗକୁ ଏକ ପ୍ରକାର ଆମନ୍ତ୍ରଣ କରୁଛନ୍ତି । ବର୍ତ୍ତମାନ ଦୁଇଦିନ ମଧ୍ୟରେ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ୬ଜଣ ବୋଲଗଡ ଅଞ୍ଚଳରୁ କରୋନା ରୋଗୀ ଚିହ୍ନଟ ହେଲେଣି । ତେଣୁ ଏହିରୋଗ ଭବିଷ୍ୟତରେ ଗୋଷ୍ଠୀ ସଂକ୍ରମଣ ହେବାର ଭୟ ରହିଛି । ସେହିପରି ସକାଳ ୭ଟାରୁ ବୋଲଗଡ ବଜାର,ଭୀମପଡା ବଜାର, ରାଜସୁନାଖଳା ତଳ ବଜାର,ପିଚୁକୁଳି ବଜାରରେ ଲୋକମାନେ ଏକାଠି ଜମା ହୋଇ ମାସ୍କ ନପିନ୍ଧି ପନିପରିବା ଓ ତେଜରାତି ଦୋକାନରେ ଭିଡ ଜମାଉଛନ୍ତି । ଗତ ୩ସପ୍ତାହ ଧରି ବୋଲଗଡ ପ୍ରଶାସନ ଓ ପୋଲିସ ପକ୍ଷରୁ କୈାଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉବାହିଁ । ଯାହାଫଳରେ ଅମାନିଆ ଲୋକମାନେ ସରକାରୀ ନିୟମକୁ ଫୁ କରି ବେଧଡକଭାବେ ଖୁଲମ ଖୋଲା ନିୟମକୁ ଭାଙ୍ଗୁଛନ୍ତି ଓ କରୋନା ମହାମାରୀକୁ ଡାକୁଛନ୍ତି ।