ବୋଲଗଡ :ଗୁରୁବାର ପବିତ୍ର ସାବିତ୍ରୀ ଅବସରରେ କୁସୁମୀ ନଦୀ କୁ ଗାଧୋଇ ବାକୁ ଯାଇ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆ ପଦା ଗ୍ରାମର ଦୁଇ ଭାଈ ଭଉଣୀ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି. ମୃତକ ଭାଈ ଭଉଣୀ ଦ୍ବୟ ହେଲେ ସେହି ଗ୍ରାମର ଦ୍ଵିତୀ କୃଷ୍ଣ ସେଠି ଙ୍କ ଝିଅ କାଜଲ ଓ ପୁଅ ସାଇ. ଏମାନେ ସେମାନଙ୍କ ମାଆଙ୍କ ସହ ଗାଧୋଇ ବାକୁ ବାହାରି ମାଆ ଯିବା ପୂର୍ବରୁ ଗାଁ ନିକଟ କୁସୁମୀ ନଦୀକୁ ଚାଲି ଯାଇଥିଲେ. ପଛରେ ମାଆ ନଦୀକୁ ଯାଇ ତାଙ୍କ ପୁଅଝିଅ ପାଣିରେ ବୁଡି ଯାଉଥିବା ଦେଖି ପାଟି କରିଥିଲେ. ପାଟି ଶୁଣି ଆଖପାଖ ଲୋକେ ଆସି ବୁଡି ଯାଉଥିବା ଦୁଇ ଭାଈ ଭଉଣୀଙ୍କୁ ଉଦ୍ଧାର କରି ଇଟାମାଟି ଡାକ୍ତର ଖାନରେ ଭର୍ତ୍ତି କରି ଥିଲେ. ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ.ଖବର ପାଇ ଇଟାମାଟି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି. ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି.