Odisha news

କାର-ବାଇକ ମୁହାଁ ମୁହିଁ ଧକ୍କା :ଜଣେଗୁରୁତର ଜଣେ ଆହତ

0

ବୋଲଗଡ଼ : ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥର ବୋଲଗଡ଼ ଥାନା ଚୁଡା ଗ୍ରାମ ଛକ ଠାରେ ରବିବାର ଅପରାହ୍ନ ପ୍ରାୟ ସାଢେ ୫ଟାରେ ଏକ କାର ଏବଂ ଅନ୍ୟଏକ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି ଫଳରେ ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି ।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ବୋଲଗଡ଼ ଅଗ୍ନୀ ଶ୍ରମସେବା କେନ୍ଦ୍ରର କର୍ମଚାରୀ ଦୁର୍ଘଟଣା ସ୍ଥଳରୁ ଉଭୟ ଗୁରୁତର ଏବଂ ଆହତ ଦୁଇ ଜଣ ଯାକ ଯୁବକଙ୍କୁ ଉଦ୍ଧାର କରି ଚିକିସ୍ଛା ପାଇଁ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି।

ତେବେ ଗୁରୁତର ଜଣଙ୍କୁ ଅଧିକ ଚିକିସ୍ଛା ପାଇଁ ୧୦୮ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟକୁ ସ୍ଥାନାନ୍ତର କରାଯାଇଛି ବୋଲି କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁତର ଜଣକ ହେଉଛନ୍ତି ବୋଲଗଡ଼ ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମର ସୁଦର୍ଶନ ବେହେରା (୩୧)ଏବଂ ଆହତ ଜଣକ ହେଉଛନ୍ତି ରଣପୁର ବ୍ଲକ ବ୍ରଜରାଜପୁର ଅଞ୍ଚଳର ହେମନ୍ତ ନାୟକ ଉକ୍ତ ଯୁବକ ଦୁଇଜଣ ବାଇକ ଯୋଗେ ରାଜସୁନାଖଳାରୁ ବୋଲଗଡ଼ ଅଭିମୁଖେ ଜାତୀୟ ରାଜପଥରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ଚୁଡା ଗ୍ରାମ ଛକ ଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା

Leave A Reply