Odisha news

ବୋଲଗଡ ବ୍ଲକରେ ବୁଲିଲା କୋଭିଡ ସଚେତନତା ରଥ

0

ବୋଲଗଡ଼-୨୭/୧୨ : ସାରା ବିଶ୍ୱ ମହାମାରୀ କରୋନାର କରାଳ ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଓଡିଶା ଏଥିରୁ ବାଦ ପଡିନାହିଁ । କରୋନାକୁ ପ୍ରତିହତ କରିବାପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା ହାତକୁ ନେଇ ରୂପାନ୍ତରିତ କରୁଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ୟୁନିସେଫ୍ ସଂସ୍ଥା ତରଫରୁ ବୋଲଗଡ ବ୍ଲକ ଅଞ୍ଚଳରେ ରବିବାର ଏକ ସଚେତନତା ରଥ ମେଘମହ୍ଲାର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଆନୁକୁଲ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ।

ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସମ୍ପର୍କରେ ଲୋକକଳା ଓ ପାଲା ମାଧ୍ୟମରେ ରବିବାର ମଧ୍ୟାହ୍ନରେ ବୋଲଗଡର ଟାଉନ କ୍ଲବ, ଜଗନ୍ନାଥ ମନ୍ଦିର ଛକ,କଳାଙ୍ଗ, ମାଳିସାହି, ସଂପୁର , ଭୀମପଡା, ମାଣିକଗୋଡା, ଖଙ୍ଗୁରିଆ ପ୍ରଭୃତି ସ୍ଥାନ ମାନଙ୍କରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମକୁ ମେଘମହ୍ଲାର ଅନୁଷ୍ଠାନର ପରିଚାଳକ ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ କଳାକାର ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।

Leave A Reply