ବୋଲଗଡ,୨୭ା୯ : ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ସଂଗଠନକୁ ମଜଭୁତ କରୁଛି । ଏହି ପରିପ୍ରେକ୍ଷିରେ ନିକଟରେ ବିଜୁ ଛାତ୍ରଜନତା ଦଳର ସାଂଗଠନିକ ସ୍ତରରେ ନୂତନ କର୍ମକର୍ତ୍ତା ନିଯୁକ୍ତି କରିଛି । ଏଥିରେ ରାଜ୍ୟସାଧାରଣ ସଂପାଦକ ଭାବେ ଖୋର୍ଦ୍ଧା ବୋଲଗଡ ବ୍ଲକ ନାଉପଡା ଗ୍ରାମର ଛାତ୍ରନେତା ଅରୁପ ଶ୍ରୀଚନ୍ଦନ ମନୋନୀତ ହୋଇଛନ୍ତି । ଏହାକୁ ନେଇ ବୋଲଗଡ ଅଚଂଳରେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଉସôାହ ଦେଖାଦେଇଛି । ଏବଂ ଏହି ମନୋନୀତକୁ ସ୍ୱାଗତ କରାଯାଇଛି ।
ଅରୁପ ପୂର୍ବରୁ ଛାତ୍ର ବିଜେଡିର ଭୂବନେଶ୍ୱର ଜୋନ କମିଟିର ଉପସଭାପତି ଓ ଉକôଳ ବିଶ୍ୱବିଦ୍ୟାଳୟର ଛାତ୍ରନେତା ଭାବେ ସଂଗଠନକୁ ମଜୁଭୁତ କରିଥିଲେ । ସେ ଏଥିପାଇଁ ବିଜେଡି ସୁପ୍ରିମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ବିଜେଡିର ଅନ୍ୟତମ ସାଧାରଣ ସଂପାଦକ(ଛାତ୍ର ବ୍ୟାପାର)ବ୍ୟୋମକେଶ ରାୟ,ଚିନ୍ମୟ ସାହୁ,ତନ୍ମୟ ସ୍ୱାଇଁ,ରାଜସ୍ୱାଇଁଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।