ବ୍ରହ୍ମପୁର : ୨୯/୦୭ ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ଲକ୍ ଡାଉନ୍ ସମୟରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ତରଫରୁ ବଡ଼ ଡ଼ାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
କରୋନା ମୁକାବିଲା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ ରକ୍ତଦାତାଙ୍କ ସଂଖ୍ୟା ଓ ରକ୍ତାଦାନ ଶିବିର ମଧ୍ୟ କମିବାରେ ଲାଗିଛି । ଏଥି ମଧ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାର ରେ ଗ୍ରୁପ୍ ର ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କରୁଛନ୍ତି । ନିରନ୍ତର ଭାବରେ ଏହି କାର୍ଯ୍ୟକ୍ରମ ଲକ୍ ଡାଉନ୍ ସରିବା ପର୍ଯ୍ୟନ୍ତ ଜାରି ରହିବ ।
ପୂର୍ବରୁ ଗ୍ରୁପ୍ ତରଫରୁ ୬୪ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ ଆଜିମଧ୍ୟ ୫ ୟୁନିଟ୍ ସଂଗ୍ରହ ହୋଇଛି । ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍ ତତ୍ତ୍ୱାବଧାନରେ ଅଶ୍ୱିନୀ ପାଣିଗ୍ରାହୀ , ଆଶୁତୋଷ ସାହୁ , ଘନଶ୍ୟାମ ସାହୁ , ବିଭୁ ପ୍ରସାଦ ଠାକୁର , ନୀଳକଣ୍ଠ ସାହୁ ରକ୍ତାଦାନ କରିଥିଲେ ।