Odisha news

ବ୍ଲକ ଟପ୍ପରଙ୍କୁ ଓଷ୍ଟା ସଂଘର ସମ୍ବର୍ଦ୍ଧନା

0

ବେତନଟୀ, ୨୯/୭ : ଆଜି ମ୍ୟାଟି୍ରକ ଫଳାଫଳ ପ୍ରକାଶ ପାଇଛି । ବେତନଟୀ ବ୍ଲକର ଏମପିସି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥର ମ୍ୟାଟ୍ରିକ ଫଳାଫଳରେ ବାଜିମାତ କରି ଥିବାର ଜଣା ପଡିଛି । ବେତନଟୀ ବ୍ଲକରେ ଥିବା ୩୪ଟି ଉଚ୍ଚ ବିଦ୍ୟାଳୟ ଗୁଡିକରୁ ମ୍ୟାଟି୍ରକ ପରୀକ୍ଷା ଦେଇ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଚାରି ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ୧ ଗ୍ରେଡ ହାସଲ କରିଛନ୍ତି ।

ସେମାନେ ହେଲେ ୫୭୨ ନମ୍ବର ରଖି ବ୍ଲକରେ ପ୍ରଥମ ହୋଇ ଥିବା ବେତନଟୀ ଏମପିସି ଉଚ୍ଚ ବିଦ୍ୟାଳୟର ଦୀପ୍ତେଶ ପଣ୍ଡା, ୫୬୨ ନମ୍ବର ହାସଲ କରି ବ୍ଲକରେ ଦ୍ୱିତୀୟ ହୋଇ ଥିବା ବେତନଟୀ ଏମପିସି ଉଚ୍ଚ ବିଦ୍ୟାଳୟର କୀର୍ତ୍ତୀ ବେହେରା, ୫୪୮ ନମ୍ବର ରଖି ବ୍ଲକରେ ତୃତୀୟ ସ୍ଥାନ ହାସଲ କରି ଥିବା ରାଇକମା ରଘୁନାଥ ଉଚ୍ଚ ବିଦ୍ୟାଳୟର ଜ୍ୟୋତିରଞ୍ଜନ ପାତ୍ର ଓ ୫୪୦ ନମ୍ବର ରଖି ବ୍ଲକରେ ଚତୁର୍ଥ ସ୍ଥାନ ହାସଲ କରି ଥିବା ବୈଶିଙ୍ଗା ମୁନିଲାଲ ଉଚ୍ଚ ବିଦ୍ୟାଳୟର ଦେବୀ ଅର୍ଚ୍ଚନା ପଣ୍ଡା ବୋଲି ଜଣା ପଡିଛି ।

ଏମପିସି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅକ୍ତିଆର କରି ଥିବା ବେଳେ ସ୍କୁଲର ଫଳାଫଳ ୯୪.୯୬ ପ୍ରତିଶତ ହୋଇ ଥିବାର ଜଣା ପଡିଛି । ସନ୍ଧ୍ୟାରେ ବ୍ଲକ ଓଷ୍ଟା ସଂଘ ତରଫରୁ ବ୍ଲକ ଟପ୍ପର ଦୀପ୍ତେଶଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି । ବ୍ଲକ ଓଷ୍ଟା ସଂଘର ସଭାପତି ଅଞ୍ଜଳୀବାଳା ଦଳେଇ, ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ, ସହସମ୍ପାଦକ ସୂର୍ଯ୍ୟାନନ୍ଦ ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପଣ୍ଡିତ ଓ ଉପଦେଷ୍ଟା ଜଗନ୍ନାଥ ବିନ୍ଧାଣୀ ଓ ଅନ୍ୟମାନେ ଦୀପ୍ତେଶଙ୍କ ଘରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧନା କରି ଥିଲେ ।

Leave A Reply