Odisha news

ବ୍ଳlକ ସ୍ଲଟ ଫର ହେଲ୍ଥ : କେଉଁ ଚା ରେ ମିଶାଇ ପିଇବା ଦ୍ୱାରା ଶରୀର କୁ କେଉଁସବୁ ଲାଭ ମିଳିଥାଏ

0
ଭାରତରେ ସମସ୍ତ ଲୋକଙ୍କର ଦିନର ଆରମ୍ଭ ଚା ପିଇବାରୁ ଆରମ୍ଭ ହୋଇଥାଏ l କିଛି ଲୋକଙ୍କ ପାଇଁ ଚା ଦିନଚର୍ଯ୍ୟା ର ଗୋଟିଏ ଗୁରୁତ୍ୱପୂର୍ଣ ଅଂଶ ଅଟେ , ଯାହାକୁ ସ୍କିପ କରିହେବ ନାହିଁ l ଏମିତିରେ ତ ଦେଖିବାକୁ ଗଲେ ଚାରେ ଅଧିକାଂଶ ଲୋକ ଚିନୀ ମିଶାଇ ସେବନ କରି ଥାଆନ୍ତି, କିନ୍ତୁ ଆମେ ଯଦି ଆପଣଙ୍କୁ ଚା ରେ ଲୁଣ ମିଶାଇ ସେବନ କରିବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳି ପାରିବ ତେବେ ଆପଣ କଣ କହିବେ ? ଏହା ଶୁଣି ଆପଣ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ, କାହିଁକି ନା ଚାରେ ଲୁଣ ର ପ୍ରଚଳନ କଦାପି ହୋଇ ନଥାଏ l କିନ୍ତୁ ଏହା କଳାଲୁଣ ହୋଇଥିବା ଆବଶ୍ୟକ l
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶେଷ ପ୍ରକାରର ଚା ରେ କଳାଲୁଣ ପକାଇ ସେବନ କରିବା ଦ୍ୱାରା ଶରୀର କୁ ଅନେକ ଲାଭ ମିଳିଥାଏ l ଯେପରିକି ପେଟ ର ମେଟାବୋଲିଯିମ ରେଟ ବୃଦ୍ଧି ହୋଇଥାଏ, ଇମ୍ୟୁନିଟି ମଜବୁତ ହୋଇଥାଏ ଓ ଏହିଭଳି ଅନେକ ଲାଭ ମିଳିଥାଏ l ଆଜି ଆସନ୍ତୁ ଜାଣିବା କଳାଲୁଣ ର ବ୍ୟବହାର କେଉଁ ଚାରେ କରାଯାଇ ଥାଏ l
* ଏହି ଚା ରେ ମିଶା ଯାଇଥାଏ କଳାଲୁଣ –
– ଗ୍ରୀନ ଟି –
ଯଦି ଆପଣ ଗ୍ରୀନ ଟି ସେବନ କରିବାକୁ ପସନ୍ଦ କରନ୍ତି ତେବେ ସେଥିରେ ସାମାନ୍ୟ କଳାଲୁଣ ନିଶ୍ଚିନ୍ତ ମିଶାନ୍ତୁ l କାହିଁକି ନା ଗ୍ରୀନ ଟି ରେ କଳାଲୁଣ ମିଶାଇବା ଦ୍ୱାରା ପଚନାଶକ୍ତି ବୃଦ୍ଧି ପାଇଥାଏ l ଏହାଛଡା ଆଣ୍ଟିଅକ୍ସିଡାଣ୍ଟ ବଢ଼ିବାରେ ମଧ୍ୟ ସାହାଯ୍ୟ ମିଳିଥାଏ l ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଗ୍ରୀନ ଟି ରେ କଳାଲୁଣ ମିଶାଇ ନିହାତି ସେବନ କରନ୍ତୁ l ଏହାଦ୍ୱାରା ଓଜନ ଦ୍ରୁତ ଗତିରେ ହ୍ରାସ ହେବ ଓ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ l
– ଳେମାନ ଟି ରେ ମିଶାନ୍ତୁ କଳାଲୁଣ –
ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଳେମାନ ଟି ରେ କଳାଲୁଣ ପକାଇ ସେବନ କରନ୍ତୁ l ଏହାଦ୍ୱାରା ଆପଣଙ୍କ ପେଟ ସଫା ରହିବ l ଏହି ଚା ପେଟ ର ମେଟାବୋଲିଯିମ ସ୍ତର କୁ ବଢ଼ାଇଥାଏ ଓ ମଳ ତ୍ୟାଗ କରିବାରେ ସହଜ ହୋଇଥାଏ l ଖାଦ୍ୟ ଖୁବ ଶୀଘ୍ର ହଜମ ହୋଇଥାଏ l ଶରୀର ଖୁବ ଭଲରେ ଡିଟକ୍ସ ହୋଇଥାଏ l
– ବ୍ଲାକ ଟି ଓ କଳାଲୁଣ –
ଯେଉଁ ବ୍ୟକ୍ତି ମାନେ ନିୟମିତ ବ୍ଲାକ ଟି ସେବନ କରୁଛନ୍ତି ସେମାନେ ନିଶ୍ଚିତ କଳାଲୁଣ ମିଶାଇ ସେବନ କରନ୍ତୁ l କାହିଁକି ନ ଏହା ସ୍ୱାସ୍ଥ୍ୟ କୁ ଅନେକ ଲାଭ ଦେଇଥାଏ l ବ୍ଲାକ ଟି ରେ କଳାଲୁଣ ମିଶାଇ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l କଳାଲୁଣ ରେ ଡ଼ାଈଜେଷ୍ଟିଭ ଏଞ୍ଜାଇମ ବୃଦ୍ଧି ହୋଇଥାଏ l ଯେଉଁ କାରଣରୁ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ଓ ଫ୍ୟାଟ ମଧ୍ୟ କମିଥାଏ l
Nalco
Leave A Reply