Odisha news

ଯେଉଁ କନ୍ୟା ମାନେ କଳାରଙ୍ଗର ପୋଷାକ ପସନ୍ଦ କରନ୍ତି ସେମାନଙ୍କ ସ୍ଵଭାଵ ଖୁବ ମ୍ୟାଚିଓର ଅଟନ୍ତି

0

କିଛି ଲୋକଙ୍କର ବିଶେଷ ପ୍ରିୟ ହୋଇଥାଏ କଳାରଙ୍ଗ, କିନ୍ତୁ ବିଶେଷ ଭାବରେ ଆପଣ ଦେଖିଥିବେ ଏହି ରଙ୍ଗଟି ଝିଅ ମାନଙ୍କର ଖୁବ ପ୍ରିୟ ହୋଇଥାଏ l ମନୋବିଜ୍ଞାନୀଙ୍କ ମତରେ ପୋଷାକ ବ୍ୟକ୍ତିର ପର୍ସନାଲିଟି ମନର ଭାବକୁ ଦର୍ଶାଇଥାଏ l ତେଣୁ ମନୋବିଜ୍ଞାନୀଙ୍କ ମତରେ କଳାରଙ୍ଗ ର ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାମାନେ କିଛିଟା ବିଶେଷ ସ୍ୱଭାବର ହୋଇ ଥାଆନ୍ତି l

– ମନୋବିଜ୍ଞାନ କହୁଛି ଯେ କଳାରଙ୍ଗ ଆତ୍ମବିଶ୍ୱାସ ଓ ଶକ୍ତି ର ପ୍ରତୀକ ଅଟେ l କଳା ରଙ୍ଗର ପୋଷାକ ପିନ୍ଧୁଥିବା ଝିଅ ମାନେ ନିଜକୁ ଅଧିକ ସଶକ୍ତ ଓ ଆତ୍ମନିର୍ଭର ଅନୁଭବ କରନ୍ତି , ଯାହା ଟାଙ୍କେ ସ୍ପେସିଆଲ କ୍ୱାଲିଟି କୁ ଦର୍ଶାଏ l

– କଳାରଙ୍ଗ ରହସ୍ୟ ଓ ଆକର୍ଷଣ ର ସଂକେତ ଦେଇଥାଏ, କଳାରଙ୍ଗ ର ପୋଷାକ ପିନ୍ଧୁଥିବା ଝିଅମାନେ ନିଜର ବ୍ୟକ୍ତିତ୍ୱରେ ରହସ୍ୟ ରଖି ଥାଆନ୍ତି l ଏବଂ ଅନ୍ୟ ନିକଟରେ ନିଜକୁ ଠିକ ଭାବରେ ଉପସ୍ଥାପନ କରିବାରେ ସକ୍ଷମ ଅଟନ୍ତି l

– କଳାରଙ୍ଗ କୁ ବିଶେଷ ଭାବରେ ପରିପକ୍ଵତା ରେ ଯୋଡାଯାଇ ଥାଏ l ମନୋବିଜ୍ଞାନୀଙ୍କ ମତରେ ଯେଉଁମାନେ କଳାରଙ୍ଗ କୁ ପସନ୍ଦ କରନ୍ତି ସେମାନେ ନିଜର ପରିପକ୍ଵତା ଅର୍ଥାତ ମ୍ୟାଚୁରିଟି କୁ ଦର୍ଶାଇ ଥାଆନ୍ତି l

– କଳାରଙ୍ଗ ର ପୋଷାକ ପିନ୍ଧିବା କୁ ଅନେକ ବ୍ୟକ୍ତି ଫେସନ ଭାବରେ ଦର୍ଶାଇ ଥାଆନ୍ତି l କିନ୍ତୁ ଏହା ତାହା ନୁହେଁ, ଏଭଳି ପୋଷାକ ପିନ୍ଧୁଥିବା ମହିଳା ମାନେ ନିଜ ପ୍ରତି ବେଶ ସଚେତନ ଅଟନ୍ତି, ଏବଂ ଖୁବ ଚାଲାକି ର ସହିତ ନିଜକୁ ସୁରକ୍ଷିତ କରି ପାରନ୍ତି l

Leave A Reply