ଭଗବାନ ଯେତେବେଳେ ରକ୍ତର ସମ୍ପର୍କ କରିବାକୁ ଭୁଲି ଯାଇ ଥାଆନ୍ତି, ସେତେବେଳେ ତାକୁ କିଛିଟା ଭଲ ବନ୍ଧୁ ଦେଇ ଥାଆନ୍ତି l ଯିଏକି ମନର ଭାବକୁ ବୁଝି ପାରିଥାଏ ଓ ଆଦରରେ ସବୁ ଦୁଃଖ କୁ ଆମର ସାଉଁଟି ନେଇଥାଏ l ସେହିଁ ପ୍ରକୃତ ବନ୍ଧୁ ଅଟେ ଯିଏକି ଆମ ହସ ପଛରେ ଲୁଚି ରହିଥିବା ଭାବ ବୁଝି ପାରିଥାଏ l ଯେମିତିକି ପ୍ରକୃତିର ନିୟମ ଅଟେ ମିତ୍ର ଓ ଚିତ୍ର ହୃଦୟରୁ ତିଆରି କରାଯାଇ ଥାଏ , ଯାହା ଆପେ ଆପେ ଫୁଟି ଉଠିଥାଏ l
ଯେପରିକି ପ୍ରଭୁ ଶ୍ରୀକୃଷ୍ନ ଓ ସୁଦାମା , ଯିଏକି ଏଭଳି ଦୁଇ ବନ୍ଧୁ ଥିଲେ ଜଣଙ୍କ ପେଟ ପୁରାଇବା ପାଇଁ ଆଉଜଣେ ଭୋକିଲା ରହୁଥିଲେ, ଯେମିତି ଅର୍ଜୁନ ଓ ଶ୍ରୀକୃଷ୍ଣ ଙ୍କ ବନ୍ଧୁତା , ଶ୍ରୀକୃଷ୍ଣ ଖୁବ ସହଜ ରେ ଅର୍ଜୁନ ଙ୍କ ମନର ଭାବ କୁ ପଢି ପାରୁଥିଲେ, ଯେମିତି ଭକ୍ତ ଓ ଭଗବାନ ଙ୍କ ବନ୍ଧୁତା ଯାହା ଦେଖା ଯାଇଥିଲା ତ୍ରେତେୟା ଯୁଗରେ ଭକ୍ତ ହନୁମାନ ଓ ଶ୍ରୀ ରାମଚନ୍ଦ୍ର ଙ୍କ ମଧ୍ୟରେ , ଉଭୟ ଉଭୟଙ୍କ ସହିତ ମିଳନ ହେବାର ଯେଉଁ ଆବେଗ ଓ ଭାବ ତାହା ଫୁଟି ଉଠୁଥିଲା ଉଭୟଙ୍କ ସ୍ନେହ ରେ l
ବନ୍ଧୁତା ଜୀବନର ସବୁଠୁ ସୁନ୍ଦର ବନ୍ଧନ ଅଟେ, ବନ୍ଧୁ ସିନା ୨ଟି ଅକ୍ଷର କିନ୍ତୁ ଏହାର ମୂଲ୍ୟ ଖୁବ ବେଶୀ l ତେଣୁ ଜୀବନରେ ବନ୍ଧୁଟିଏ ନିହାତି ଜରୁରୀ, ବିନା ବନ୍ଧୁରେ ଏହି ଜୀବନ ରଙ୍ଗହୀନ l ମିତ୍ରତା ଦିବସ ପାଳନ କରିବା ପାଇଁ କୌଣସି ବିଶେଷ ଦିନର ଆବଶ୍ୟକତା ପଡ଼ିନଥାଏ ସତ , ତଥାପି ଏହି ଦିନକୁ ଗୋଟିଏ ବିଶେଷ ଦିନ କରିବା ପାଇଁ ଦୁଇଟି ଦିନ ଧାର୍ଯ୍ୟ କରାଯାଇଛି l ଗୋଟିଏ ଦିନ ହେଉଛି ଜୁଲାଇ ୩୦ତାରିଖ ଯାହାକି ଅନ୍ତରାଷ୍ଟ୍ରୀୟ ମିତ୍ରତା ଦିବସ ଏବଂ ଅନ୍ୟଟି ହେଉଛି ଅଗଷ୍ଟ ମାସର ପ୍ରଥମ ରବିବାର l ଆଜି ହେଉଛି ଅଗଷ୍ଟ ମାସର ପ୍ରଥମ ରବିବାର ୪ ତାରିଖ l
ଏହି ଦୁଇଟି ଦିନ ମଧ୍ୟରୁ ଅଗଷ୍ଟ ମାସର ପ୍ରଥମ ରବିବାର କୁ ଆମେ ଅଧିକ ଗୁରୁତ୍ୱ ଦେଇଥାଉ l ଏହିଦିନ ଟି ପାଳନ କରିବାର ବିଶେଷତା ହେଉଛି ବନ୍ଧୁତା ର ମହତ୍ୱ କୁ ବୁଝିବା l ବନ୍ଧୁତା ଦିବସ ସର୍ବ ପ୍ରଥମେ ୧୯୫୮ ରେ ପାଳିତ ହୋଇଥିଲା, ଏହାପରେ ଏହିଦିନ ଟିକୁ ସଂଯୁକ୍ତ ରାଷ୍ଟ୍ର ଜୁଲାଇ ୩୦ ତାରିଖ ଦିନ ପାଳନ ହେବାର ଧାର୍ଯ୍ୟ କରାଗଲା l କିନ୍ତୁ ଆମେରିକା, ଭାରତ, ବଙ୍ଗଳାଦେଶ ରେ ବନ୍ଧୁତା ଦିବସ ଅଗଷ୍ଟ ମାସର ପ୍ରଥମ ରବିବାର ରେ ପାଳନ କରାଯାଇ ଥାଏ l
୧୯୩୫ ରେ ଆମେରିକାରେ ଜଣେ ବ୍ୟକ୍ତିଙ୍କର ହତ୍ୟା କରାଯାଇ ଥିଲା, ଏହି ଖବର ଯେତେବେଳେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପହଂଚି ଥିଲା ସେତେବେଳେ ସେ ହତାଶ ହୋଇ ଆତ୍ମହତ୍ୟା କରି ଦେଇଥିଲେ l ଏହାପରେ ଠାରୁ ଆମେରିକା ସରକାର ଅଗଷ୍ଟ ମାସର ପ୍ରଥମ ରବିବାର କୁ ବନ୍ଧୁତା ଦିବସ ଭାବରେ ପାଳନ କରିବା ପାଇଁ ସ୍ଥିର କରିଥିଲେ l
ଆଜିର ଆଧୁନିକ ଯୁଗରେ ବନ୍ଧୁତା ଦିବସ କହିଲେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିବା, ଦାମୀ ଉପହାର ଦେବା, ଭୋଜିଭାତ ରେ ସମୟ ବିତାଇବା, ଲଙ୍ଗ ଡ୍ରାଇଭ ରେ ବୁଲିଯିବା ଇତ୍ୟାଦି କୁ ବୁଝାଇଥାଏ l ଯାହାକି ଆଧୁନିକତାର ଛାପ ରେ ବନ୍ଧୁତା ଶବ୍ଦ କୁ କେଉଁଠି ହଜାଇ ଦେଇଛି l ସତରେ ଥରୁଟିଏ ଭାବିଲେ ଦେଖି ସତରେ କଣ ବନ୍ଧୁତାର ଅର୍ଥ କେବଳ ଏଇଆ ?