Odisha news

ସକାଳୁ ନିୟମିତ ଗୋଟିଏ ଗ୍ଲାସ ସେବନ କରନ୍ତୁ ଏହି ଡ୍ରିଂକ୍ସ, ଓଜନ ହ୍ରାସ ସହିତ ତ୍ୱଚା ଓ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ହେବ

0

ଆଜିର ସମୟରେ ମୋଟାପଣ ଗୋଟିଏ ବଡ଼ ସମସ୍ୟା ଭାବରେ ସମସ୍ତଙ୍କ ନିକଟରେ ଦେଖା ଯାଉଛି, ଏହାକୁ ହ୍ରାସ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛିନା କିଛି ଉପାୟ କରିବାରେ ଲାଗିଛନ୍ତି l ଏମିତିରେ ଗୋଟିଏ ଏଭଳି ଡ୍ରିଂକ୍ସ ବିଷୟରେ ଜାଣିବା ଯାହାଦ୍ୱାରା ମାତ୍ର ୩୦ ଦିନ ମଧ୍ୟରେ ଓଜନ ହ୍ରାସ ହେବ l

ଏହି ଡ୍ରିଂକ୍ସ ଏମିତି କିଛି ବିଶେଷ ବସ୍ତୁରେ ପ୍ରସ୍ତୁତ ହେବନାହିଁ, ଏହା କେବଳ ଆପଣଙ୍କ ଘରେ ଥିବା ଗୋଟିଏ ଛୋଟ ଦାନାରେ ପ୍ରସ୍ତୁତ ହେବ l ତାହା ହେଉଛି ମେଥି, ଜୀରା ଓ ଜୁଆଣି ରେ ପ୍ରସ୍ତୁତ ହେବ l ଏହି ତିନିଟି ଜିନିଷ କୁ ରାତିସାରା ପାଣିରେ ବତୁରାଈ ରଖି ଦେବେ ଏବଂ ସକାଳୁ ତାହାକୁ ଛାଣି ସେବନ କରିବେ l

– ମେଥି, ଜିରା ଓ ଜୁଆଣି ମିଶ୍ରିତ ପାଣି ଶରୀରରେ ସୁଗାର ଲେବୁଲ କୁ ନିୟନ୍ତ୍ରିତ କରିଥାଏ , ମେଥି ପାଣି ଇନ୍ସୁଲିନ କୁ ସନ୍ତୁଳିତ ରଖିବାରେ ଗୋଟିଏ ବଡ଼ ଯୋଗଦାନ ରଖିଥାଏ l

– ଏହାଛଡା ଜୁଆଣି ଓ ମେଥି ପେଟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଏସିଡ଼ିଟି ଓ ଗ୍ୟାସ୍ଟ୍ରିକ ସମସ୍ୟାକୁ ଦୂର କରିବାରେ ମଧ୍ୟ କରେ l ଏବଂ ପେଟକୁ ସଫା ରଖିଥାଏ l

– ଏହି ୩ଟି ମଞ୍ଜିରେ ପ୍ରସ୍ତୁତ ପାଣି ନିୟମିତ ସେବନ କରିବା ଦ୍ୱାରା ପାଚନ ଓ ମେଟାବଳିଯିମ କୁ ଦୃଢ଼ କରିଥାଏ ଯାହାଦ୍ୱାରା ଓଜନ ହ୍ରାସ ହେବାର ସମ୍ଭାବନା ରହିଥାଏ l ଏହି ତିନିଟି ଜିନିଷ କୁ ମିଶାଇ ସେବନ କରିବା ଦ୍ୱାରା ଓଜନ ହ୍ରାସ ରେ ମଧ୍ୟ ସାହାଯ୍ୟ ମିଳିଥାଏ l

– ଏହି ୩ଟି ଜିନିଷ ରେ ପ୍ରସ୍ତୁତ ଡ୍ରିଂକ୍ସ କୁ ଯଦି ଆପଣ ନିୟମିତ ସେବନ କରିବେ ତେବେ କେଶ ସୁନ୍ଦର ହେବା ସହିତ ତ୍ୱଚା ରେ ମଧ୍ୟ ଚମକ ଆସିଥାଏ l ଏବଂ ଏହି ଡ୍ରିଂକ୍ସ ଫ୍ରୀ ରେଡ଼ିକୁଲସ ସହିତ ଲଢ଼ିବାରେ ଗୋଟିଏ ଭଲ ଆଣ୍ଟି ଏଜିଙ୍ଗ ଅଟେ l

Leave A Reply