ଭୁବନେଶ୍ୱର, ତା.୧୩/୦୪: ଗତକାଲି ସମ୍ବଲପୁରଠାରେ ହନୁମାନ ଜୟନ୍ତୀ ଶୋଭଯାତ୍ରାରେ ଘଟିଥିବା ଆଇନଶୃଙ୍ଖଳା ପରିସ୍ଥିତି ଓ ପ୍ରଶାସନିକ ଅବ୍ୟବସ୍ଥା ଘଟଣାରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଧାୟକ ଡ. ମୁକେଶ ମହାଲିଙ୍ଗ, ସୁବାସ ପାଣିଗ୍ରାହୀ, ନାଉରୀ ନାଏକ ଓ ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ଘଟଣା ସ୍ଥଳର ସ୍ଥିତି ଅନୁଧ୍ୟାନ କରିବେ । ଆସନ୍ତାକାଲି ପୂର୍ବାହ୍ନରେ ପ୍ରଥମେ ଡାକ୍ତରଖାନାକୁ ଯାଇ ଆହତ ବ୍ୟକ୍ତିଙ୍କୁ ଭେଟିବେ । ପରେ ପରେ ବିଭିନ୍ନ ସଂଗଠନ, ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଭେଟି ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବେ ।