Odisha news

‘ଜି-୨୦’ ୨୦୨୩ ମୁଦ୍ରିତ ସାମଗ୍ରୀ ଅର୍ପଣ

0

ନୂଆପଡ଼ା – ୧୩/୦୪ ଜି-୨୦ ‘ଜନ ଭାଗିଦାରୀ’ କାର୍ଯ୍ୟକ୍ରମକୁ ଜନାଦୃତ କରିବା ନିମନ୍ତେ ଜନ ଶିକ୍ଷଣ ସଂସ୍ଥାନ, ନୂଆପଡ଼ା ଦ୍ୱାରା ଟି-ସାର୍ଟ, କଫି ମଗ୍, ପୁସ୍ତିକା ଆଦି ମୁଦ୍ରଣ କରାଯାଇ ଜନ ଶିକ୍ଷଣ ସଂସ୍ଥାନର ଦ୍ୱାରା ନୂଆପଡ଼ାର ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୟଙ୍କ କରକମଳରେ ଅର୍ପଣ କରାଯାଇଥିଲା । ଏଥି ସହିତ ଏହା ନୂଆପଡ଼ାର ଜିଲ୍ଲାସ୍ତରୀୟ ଅଧିକାରୀଗଣଙ୍କୁ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ନମିତା ସାହୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମଚାରୀଗଣ ଅର୍ପଣ କରିଥିଲେ । ଆଗାମୀ ୨୭ ଅପ୍ରେଲରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏଜୁକେସନ ୱାର୍କିଙ୍ଗ୍ ଗ୍ରୁପ ଜି-୨୦ ସମ୍ମେଳନ ସମ୍ବନ୍ଧରେ ବ୍ୟାପକ ଜନ ସଚେତନତା ସୃଷ୍ଟି ନିମନ୍ତେ ସଂସ୍ଥାନ ଦ୍ୱାରା ଆୟୋଜିତ ହେଉଥିôବା ବିଭିନ୍ନ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ ।

Leave A Reply